ଅଜଣା ଗାଡି ଧକ୍କା ରେ ବୃଦ୍ଧ ଗୁରୁତର
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ନିକଟସ୍ଥ ତେଙ୍ଗଡ଼ାପଥର ଛକ ନିକଟରେ ଅଜଣା ବୋଲେରୋ ପିକଅପ ଗାଡି ଧକାରେ ତେଙ୍ଗଡ଼ାପଥର ନିବାସୀ ଖଲେଶ୍ଵର ଦିଗାଳ ନାମକ ବ୍ୟକ୍ତି ଗୁରୁତର ହୋଇଛନ୍ତି | ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା କିନ୍ତୁ ଅଧିକ ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇ ଥିବା ଜଣା ପଡିଛି | ସୂଚନା ଅନୁସାରେ ଗାଡିଟି କଳିଙ୍ଗା ପଟୁ ଫୁଲବାଣୀ ଅଭିମୁଖେ ଦୃତ ଗତିରେ ଯାଉଥିଲାବେଳେ ଏହି ଦୁର୍ଘଟଣା ପରେ ମଧ୍ୟ ଗାଡି ର ନଂ ଦେଖିବାକୁ ସକ୍ଷମ ହୋଇ ପାରିନଥିଲେ ଲୋକେ |ଏଯାଏ ଥାନାରେ କୌଣସି ଏତଲା ଦିଆ ଯାଇନଥିବା ସୂଚନା ମିଳିଛି l ଏତଲା ପରେ ସିସି ଟିଭି ଯାଞ୍ଚ ପରେ ଗାଡିଟିକୁ ଠାବ କରାଯିବ ବୋଲି ଟିକାବାଲି ଥାନା ଅଧିକାରୀ ଅଜୟ କୁ ସ୍ୱାଇଁ କହିଛନ୍ତି |