ଅଜଣା ବାଇକ ଧକ୍କାରେ ବୃଦ୍ଧ ଗୁରୁତର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମ ନିକଟରେ ଗୁରୁବାର ଅପରାହ୍ନରେ ଏକ ଅଜଣା ବାଇକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି।ତାଙ୍କ ନାମ ଜି. ସାକିଲି ରେଡି (୭୦) ଏବଂ ଘର ବି.ତୁରୁବୁଡି ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ।ସାକିଲି ତାଙ୍କ ଝିଅ ଘର ଗ୍ରାମ ସିଦ୍ଧେଶ୍ବରରୁ ଘରକୁ ଚାଲିଚାଲି ଫେରୁଥିବା ବେଳେ କୌଣସି ବାଇକ ଧକ୍କା ଦେଇ ଚମ୍ପଟ ମାରିଥିଲା।ସେ ଗୁରୁତର ଆହତ ଅବସ୍ଥାରେ ପଡି ରହିଥିବା ବେଳେ କିଛି ଲୋକ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ସତ୍ତ୍ଵେ ଅବସ୍ଥା ଗୁରୁତର ରହିଥିବାରୁ ଆହତ ସାକିଲିଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।