ଅଜଣା ବାଇକ ଧକ୍କା ରେ ଜଣେ ମୃତ୍ୟୁ
ଶେରଗଡ଼(ଦେବୀ ପ୍ରସାଦ ଦାଶ)ପେଟ୍ରୋଲ ଟାଙ୍କି ନିକଟରେ ଶେରଗଡ଼ ପଟୁ ଯାଉଥିବା ଏକ ବାଇକ ଆରୋହି ଆଗ ପଟୁ ଏକ ଅଜଣା ଗାଡି ଧକ୍କା ରେ ମୃତ୍ୟ ହୋଇଛି।ମୃତ୍ୟ ବ୍ୟକ୍ତି ଜଣଙ୍କ ହେଲେ ଲଣ୍ଡା ସ୍ଵାଇଁ ବୟସ ୩୪ବର୍ଷ ।ଲଣ୍ଡା ନିଜ ବାଇକ ଯୋଗେ ଶେରଗଡ଼ ପେଟ୍ରୋଲ ଟାଙ୍କି ନିକଟ ଦେଇ ଯାଉଥିବା ବେଳେ ପଛ ପଟୁ ଏକ ଅଜଣା ବାଇକ ଧକ୍କା ଦେଇ ଚାଲିଯାଇଥିଲା ।ଫଳରେ ଲଣ୍ଡା ନିଜ ବାଇକକୁ ଭାରସମ୍ୟ ହରାଇ କଚାଡି ପଡ଼ିଥଲା।ଅଚେତ ଅବସ୍ଥାରେ ତାଙ୍କୁ ରାସ୍ତାରେ ଯାଉଥିବା ଲୋକଙ୍କ ଦ୍ଵାରା ଶେରଗଡ଼ ଡାକ୍ତର ଖାନାକୁ ଅଣାଯାଇଥିଲା।ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ।ଘଟଣା ସ୍ଥଳରେ ଶେରଗଡ଼ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ଏନେଇ ଶେରଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି।