ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ କେନ୍ଦ୍ରାପଡା ମେଡିକାଲ ରୋଡରେ ପଡିଥିବା ସମୟରେ ଖବର ପାଇ ୧୦୮ ଆମ୍ବୁଲାନ୍ସ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା । ପରେ ଓଡିଶା ମୋ ପରିବାରର ସଂଯୋଜକ କାଳୀ ପ୍ରସାଦ ମିଶ୍ର, ସହ ସଂଯୋଜକ ହିରଣ୍ୟ କୁମାର ପଣ୍ଡା ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଂଚି କେନ୍ଦ୍ରାପଡା ଟାଉନଥାନା ଅଧିକାରୀ ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିଥିଲେ । ଖବର ପାଇ ଟାଉନ ଥାନାର ଏ.ଏସ.ଆଇ. ଶରତ କୁମାର ବାରିକ ସେଠାରେ ପହଁଚିବା ପରେ ତାଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ଶବ ଚିହ୍ନଟ ପାଇଁ ସଂପୃକ୍ତ ମୃତକଙ୍କ ଶବକୁ ସଂରକ୍ଷଣ ଗୃହରେ ୭୨ଘଣ୍ଟା ପର୍ଯ୍ୟନ୍ତ ରଖାଯାଇଛି । ଏହି କାର୍ଯ୍ୟକ୍ରମ ସମୟରେ ଡାକ୍ତରଖାନା ପରିଚାଳକ ଶୁଭାଶିଷ ସାଥୁଆ, ସ୍ୱେଚ୍ଛାସେବୀ ବିଜୟ କୁମାର ମଣ୍ଡଳ, ସାହେବ ସାହିଲ ରାଉତ, ଗିରଶ ମହାପାତ୍ର, ରାଜ କିଶୋର ଭୋଇ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ