ଅଜଣା ବ୍ୟକ୍ତିଙ୍କ ଶବ ଦାହ କଲେ ସଂଘମିତ୍ରା ଗୃପ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ଗୁରୁବାର ଦିନ ଅମ୍ବାଭୋନା ଗ୍ରାମର ବସଷ୍ଟାଣ୍ଡ ନିକଟରେ ଥିବା ଯାତ୍ରୀ ବିଶ୍ରାମ ଗୃହରେ ଝାରସୁଗୁଡ଼ା ଓରାମ ପୁରୁଣାର କମଳ ପ୍ରସାଦ ୟାଦବ ନାମକ ବ୍ୟକ୍ତି ଦୀର୍ଘ ଦିନ ହେବ ରହି ଗ୍ରାମରେ ଧାନବସ୍ତା ମରାମତି କରୁଥିଲା ।ଗତ ରବିବାର ଦିନ ସକାଳେ ପ୍ରାୟ ୭.୩୦ ମିନିଟ ସମୟରେ ତାର ଆକସ୍ମିକ ମୃତ୍ୟୁ ଘଟିଥିଲା । ଅମ୍ବାଭୋନା ପୋଲିସ ପକ୍ଷରୁ ୟାଦବର ମୃତ୍ୟୁ ପରେ ପରିବାରକୁ ଯୋଗାଯୋଗ କରିବା ପାଇଁ ବହୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କ ପରିବାରର କୋୖଣସି ସୂଚନା ମିଳିପାରିଲାନାହିଁ । ମୃତକ ପରିବାର ଲୋକଙ୍କ ଯୋଗାଯୋଗ ନହେବାରୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ତାକୁ ଫ୍ରିଜରେ ରେ ରଖିଥିଲେ ।ଆଜି ଅମ୍ବାଭୋନା ପୋଲିସ ର ଉପସ୍ଥିତ ରେ ସମାଜସେବୀ ସଂଘମିତ୍ରା ପଟେଲ ସଙ୍ଘର ତରଣୀ ସାହୁ ଆଜି ମୁତକ ବ୍ୟକ୍ତି ର ଶବସକ୍ତାର କରିଥିଲେ ।ଏହିପରି ମହାନ କାର୍ଯ୍ୟ କରିଥିବାରୁ ଶ୍ରୀ ସାହୁ ଙ୍କୁ ସବୁ ଦିଗରୁ ପ୍ରଶଂସା ର ସୂଅ ଛୁଟୁଛି !


