ଅଜଣା ଯୁବକ ଙ୍କ ମୃତଦେହ ଉଦ୍ଧାର
ରାଇରଙ୍ଗପୁର,(,ଅକ୍ଷୟ କୁମାର ବିଶ୍ୱାଳ): ବିଶୋଇ ଥାନା,ମଣଦା ଫାଣ୍ଡି ଅଧୀନ ବଡମଣଦା ସ୍ଥିତ କଳିଙ୍ଗ ମହାବିଦ୍ୟାଳୟ ସମୁଖସ୍ଥ ଜାତୀୟ ରାଜପଥ ଓପର ପାର୍ଶ୍ୱରେ ସୋମବାର ପୂର୍ବାହ୍ନରେ ନିକୋଟସ୍ଥ ବିଲ ମଧ୍ୟରୁ ଏକ ଅଜଣା ଯୁବକର ମୃତ ଦେହ ଉଦ୍ଧାର କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ଯୁବକର ବୟସ ୩୫ରୁ୩୮ବର୍ଷ ,ଉଚ୍ଚତା୫ଫୁଟ ୫ଇଞ୍ଚ,ପତଳା ଶରୀର କୃଷ୍ଣ ବର୍ଣ୍ଣ ଯିଏକି ଏକ କଳା ରଙ୍ଗର ହାଫ ପ୍ୟାଣ୍ଟ ପିନ୍ଧିଛନ୍ତି ବେକରେ ଏକ ହଳଦିଆ ଓ କଳା ଓ ନାଲି ରଙ୍ଗର ଏକ ମାଳା ପିନ୍ଧିରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ସ୍ଥାନୀୟ ଜନସାଧାରଣ ଏକ ମୃତ ଯୁବକକୁ ବିଲମଧ୍ୟରେ ଦେଖି ବିଶୋଇ ପୋଲିସ କୁ ଜଣାଇଥିଲେ।ବିଶୋଇ ଥାନା ଅଧିକାରୀ ଫଣିଦ୍ର ଭୂଷଣ ନାଏକ ମଣଦା ଫାଣ୍ଡି ଅଧିକାରୀ ଉମେଶ ଚନ୍ଦ୍ର ନାଏକ ସଦଳବଳେ ଘଟଣା ସ୍ଥଳକୁ ପହଂଚି ଘଟଣା ସ୍ଥଳରୁ ମୃତ ଯୁବକଙ୍କ ଶବ ଜବତ କରିଥିଲେ।ଏଥି ସହିତ ରାଇରଙ୍ଗପୁର ଏଜକ୍ୟୁଟେଭ ମାଜିଷ୍ଟ୍ରେଟ ଶକୁନ୍ତଳା ହାଂସଦା ଙ୍କ ଉପସ୍ଥିତିରେ ପଞ୍ଚନାମା କରି ରାଇରଙ୍ଗପୁର କୁ ଶବ ବ୍ୟବଛେଦ ପାଇଁ ସୂଚନା ମିଳିଛି।ଏହି ଘଟଣାକୁ ନେଇ ବିଶୋଇ ଥାନାରେ ୧୨୨/୨୦ ରେ ଏକ ମାମଲା ରୁଜୁ କରାଯାଇ ମୃତ ବ୍ୟକ୍ତିର ପରିଚୟ ମିଳିନଥିବା ବେଳେ ମୃତ୍ୟୁ ର କାରଣ ଖୋଜିବା ପାଇଁ ବିଶୋଇ ପୋଲିସ ତନାଘନା ଚଳାଇଛି ।