ଅଜଣା ରୋଗରେ ଗାଈଗୋରୁ ଆକ୍ରାନ୍ତ

ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ଗାଈଗୋରୁ ମାନେ ଅଜଣା ରୋଗରେ ଆକ୍ରାନ୍ତ ହୋଇଥିବାର ଦେଖାଯାଉଛି । ଗଣିଜାଙ୍ଗ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗାଈଗୋରୁ ମାନଙ୍କ ଶରୀରରେ ଚକଡା କ୍ଷତ ସୃଷ୍ଟି ହେବା ସହ ସେଥିରୁ ପୁଜ ବାହାରୁ ଥିବାର ଦେଖାଯାଉଛି । ଏହି ଭାଇରସ୍ ଫନି ବାତ୍ୟାରେ ଆସିଥିବା ବିଭାଗୀୟ ଅଧିକାରୀ ମାନେ କହୁଛନ୍ତି । ଏହି ରୋଗର ନିରାକରଣ ପାଇଁ ସେମିତି କୌଣସି ପ୍ରତିଷେଧକ ନଥିବାରୁ ଗାଈଗୋରୁ ମାନେ ଯନ୍ତ୍ରଣା ଭୋଗ କରୁଛନ୍ତି । ଅପରପକ୍ଷେ ସଂପୃକ୍ତ ବିଭାଗ ପକ୍ଷରୁ ଆଣ୍ଟିବାୟୋଟିକ୍ ମାଧ୍ୟମରେ ନିରାକରଣ କରାଯାଉଥିବା ଦେଖିବାକୁ ମିଳୁଛି । ମାତ୍ର ଏହି ନିରାକରଣ ବ୍ୟବସ୍ଥା କେଉଁଠି କାମ କରୁଛି ତ କେଉଁଠି କାମ କରୁନାହିଁ । ତେବେ ଜିଲା ପ୍ରାଣୀ ଚିକିତ୍ସା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ