ଅଜଣା ରୋଗରେ ଛାତ୍ରୀ ଙ୍କ ମୃତ୍ୟୁ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତର ପାଇକସାହି ଗ୍ରାମର ସିଦ୍ଧେଶ୍ୱର ବେହେରା ଓ ସଜନୀ ବେହେରାଙ୍କ ଝିଅ ପୂର୍ଣ୍ଣୀମା (୧୭) ଙ୍କର ଶୁକ୍ରବାର ଅଜଣା ରୋଗରେ ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ ସୂଚନା ମୁତାବକ ତାଙ୍କ ଝିଅର ଗୁରୁବାର ରାତିରେ ହଠାତ ଦେହ ଖରାପ ହେଲା । ସେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଝିଅକୁ ଚିକିତ୍ସା ପାଇଁ ଆଣିଥିଲେ । ରାତିରେ ଡାକ୍ତରଖାନା ପକ୍ଷରୁ ଝିଅ ଦେହରେ ସାଲାଇନ ଲଗାଯାଇଥିଲା । ସକାଳୁ ସାଲାଇନ ଖୋଲିବା ପରେ ଝିଅର ଦେହ ଅତ୍ୟନ୍ତ ଖରାପ ହୋଇ ଗଲା ଓ ସେଠାରେ ତାର ମୃତ୍ୟୁ ଘଟିଥିଲା । ପୂର୍ଣ୍ଣୀମା ନିକଟସ୍ଥ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ପାଠ ପଢୁଥିଲା । ତାଙ୍କ ମୃତ୍ୟୁରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ,ଅଧ୍ୟାପିକା ଶୋକ ବ୍ୟକ୍ତ କରିଛନ୍ତି ।


