ଅଜଣା ରୋଗରେ ପୀଡିତ ଯୁବକଙ୍କୁ ସରକାରୀ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଆଦିବାସୀ ମହାସଂଘର ନିବେଦନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା କୁତାମ ଗ୍ରାମର ଜୀଉରାମ ଶବର (୨୨)ଙ୍କ ବାମ ବାହୁରେ ରକ୍ତ ଜମାଟ ହୋଇ ପିଣ୍ଡୁଳା ଆକୃତିର ରୋଗ ସଂକ୍ରମିତ ହୋଇଛି। ପିଣ୍ଡୁଳାଟି ବର୍ତ୍ତମାନ ବଡିବାରେ ଲାଗିଛି ଯାହାଫଳରେ ଜୀଉରାମଙ୍କ ଚଳାବୁଲା ବନ୍ଦ ହୋଇଯାଇଛି। ଜୀଉରାମଙ୍କ ପରିବାର କହିଲେ ବାପା ଜହଁନ ଶବର ମା ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ବେଳେ ରୋଗର ଉପଚାର ପାଇଁ ଧାର ଉଦ୍ଧାର କରି ବିଭିନ୍ନ ଡାକ୍ତରଖାନାରୁ ନିରାଶ ହୋଇ ଘରକୁ ଫେରୁଛନ୍ତି। ଏପରି ଖବର ଜାଣିବା ପରେ ଗୁମ୍ମା ଆଦିବାସୀ ମହାସଙ୍ଘର ସଦସ୍ୟ ଓ ସ୍ୱେଚ୍ଛାସେବୀ ଏଭିଜନ ମଣ୍ଡଳ, ମସୁଲନ ରଈତ, ଅଭଦୀୟ ଗମାଙ୍ଗ, ଜନୀ ଶବର, ପ୍ରୀତମ କୁମାର ପାଳ,ସୁଭାସିସ ଏଡ଼ଲା,କୁମାର ପାଣି ଓ ଅଜୟ ବଡ଼ ନାୟକ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକଷ୍ଟକୁ ଯାଇ ଜୀଉରାମ ଶବରଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ଜଣାଇଥିଲେ।ଏନେଇ ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ପାର୍ଥ ପଣ୍ଡା ଜୀଉରାମଙ୍କ ଘରକୁ ଯାଇ ଜୀଉରାମଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦେଖି ଜୀଉରାମଙ୍କୁ ସର୍କମ୍ମା ହୋଇଥାଇ ପାରେ ତାଙ୍କୁ ଭୁବନେଶ୍ୱର ଏ ଏମ କିମ୍ବା ଆପଲ ମେଡ଼ିକାଲ ଠାରେ ଏହାର ଚିକିତ୍ସା କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି। ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ଜୀଉରାମର ଚିକିତ୍ସା ପାଇଁ ସହାୟତାର ହାତ ବଢାନ୍ତୁ ବୋଲି ଗଜପତି ଜିଲ୍ଲା ଆଦିବାସୀ ମହାସଂଘ ତରଫରୁ ନିବେଦନ କରାଯାଇଛି.