ଅଜଣା ରୋଗରେ ବାଛୁରୀ ମୃତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ଆଜି ବେଲଗୁଣ୍ଠା ଅଳିଆ ସାହିରେ ଏକ ବାଛୁରୀ ଅକସ୍ମାତ ମରିଯିବା ଘଟଣା ଗାଈ ଗୋରୁ ପାଳିଥିବା ଲୋକଙ୍କ ମନରେ ଅଜଣା ଭୟ ସୃଷ୍ଟି କରିଛି I ସୂଚନା ଅନୁଯାୟୀ ଆଜି ଏକ ବାଛୁରୀ ବୁଲି ବୁଲି ଆସି ବେଲଗୁଣ୍ଠା ଅଳିଆ ସାହିରେ ହଠାତ୍ ପଡ଼ିଯାଇଥିଲା I ବାଛୁରୀ ପାଖକୁ ସାହି ଲୋକେ ଆସି ଦେଖିବା ବେଳକୁ ବାଛୁରୀଟିର ପ୍ରାଣ ବାୟୁ ଉଡ଼ିଯାଇଥିଲା I ବାଛୁରୀଟି କିଛି ସମୟ ସାହିରେ ସେମିତି ପଡ଼ି ରହିବା ପରେ ଶିବରାମ ଚୌଧୁରି ନାମକ ଜଣେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଏନ୍ଏସି ପରିମଳ ଦାୟିତ୍ୱରେ ଥିବା ପ୍ରବୀଣ ବାବୁଙ୍କୁ ଖବର ଦେବା ପରେ ଏନଏସି କର୍ମଚାରୀ ଆସି ମୃତ ବାଛୁରୀଟିକୁ ସେଠାରୁ ନେଇଯାଇଥିବା ସୂଚନା ମିଳିଛି I କିନ୍ତୁ ବାଛୁରୀର ଏହି ଭଳି ହଠାତ୍ ତଳେ ପଡ଼ି ମରିଯିବା ଘଟଣାରେ କିଛି ଅଜଣା ରୋଗ ବ୍ୟାପିବା ଆଶଙ୍କାରେ ଗାଈ ଗୋରୁ ପାଳିଥିବା ଲୋକେ ଆଶଙ୍କାରେ ଥିବା ବେଳେ କିଛି ବିଷାକ୍ତ ଦ୍ରବ୍ୟ ଖାଇ ବାଛୁରୀଟି ମରି ଯାଇଥିବା ସ୍ଥାନୀୟ କିଛି ଲୋକ ସନ୍ଦେହ କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ