ଅଜବ ଆଇନ : ବାପା କରିପାରିବ ଝିଅକୁ ବିବାହ

ଇରାନରେ ପ୍ରଚଳିତ ଆଇନକୁ ନେଇ ସବୁବେଳେ ଚର୍ଚ୍ଚା ରହିଛି । ଏଠାରେ ଆଇନ୍‌ ଅନୁସାରେ ବାପା ନିଜ ଝିଅକୁ ମଧ୍ୟ ବିବାହ କରିପାରେ । ଅନ୍ୟପଟେ ଏଠାରେ ମହିଳାଙ୍କୁ ଅନ୍ୟ ପୁରୁଷ ସହ ହାତ ମିଳାଇବା ମଧ୍ୟ ମନା । ୨୦୧୩ ମସିହାରେ ଇରାନରେ ଏପରି ଏକ ଆଇନ୍‌ ଲାଗୁ ହେଲା, ଯାହା ଅନୁସାରେ ଜଣେ ବାପା ପୋଷ୍ୟ ଭାବେ ଗ୍ରହଣ କରିଥିବା ଝିଅକୁ ବିବାହ କରିପାରିବ । ତେବେ ଏଥିପାଇଁ ଝିଅର ବୟସ ୧୩ ବର୍ଷ ଅଧିକ ହେବା ଦରକାର । ଏଠାରେ ଯଦି କୌଣସି ମହିଳା ପର ପୁରୁଷ ସହ ହାତ ମିଳାଉଥିବା ଦେଖିବାକୁ ମିଳେ ତେବେ ତାଙ୍କୁ ଗିରଫ କରାଯାଇଥାଏ । ନିକଟରେ ଇରାନର ମହିଳା ଭଲିବଲ ଟିମ୍‌ ଟ୍ରଫି ଜିତିଥିଲେ ମଧ୍ୟ ନିୟମ କାରଣରୁ ମହିଳା ଖେଳାଳିମାନେ ନିଜ ପୁରୁଷ କୋଚ୍‌ଙ୍କ ସହ ହାତ ମିଳାଇପାରିନଥିଲେ । ଏଠାରେ ମହିଳାଙ୍କୁ ଚିପା ପୋଷାକ ପିନ୍ଧାର ଅନୁମତି ନାହିଁ । ମହିଳାମାନେ ମଧ୍ୟ ନିଜ ସ୍ୱାମୀମାନଙ୍କୁ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିବା କ୍ଷେତ୍ରରେ ବାରଣ କରିପାରିବେ ନାହିଁ । ମହିଳାଙ୍କୁ ହିଜାବ ପିନ୍ଧିବା ବାଧ୍ୟତାମୂଳକ । ଏହାକୁ ଅଣଦେଖା କଲେ ଦୁଇମାସର ଜେଲ୍‌ ଦନ୍ଦ ରହିଛି । ଏଥିସହ ଦେଶରେ କେବଳ ପୁରୁଷମାନେ ମହିଳାଙ୍କୁ ଛାଡପତ୍ର ଦେଇପାରିବେ । ପୁରୁଷ ଚାହିଁଲେ ମହିଳା ବାହାରେ କାମ କରିପାରିବେ । ଦେଶରେ ମହିଳାମାନେ ରାସ୍ତାରେ ଠିଆ ହୋଇ ଗୀତ ଗାଇଲେ ଏହାକୁ ଅପରାଧ ଭାବେ ଗ୍ରହଣ ମଧ୍ୟ କରାଯାଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ