ଅଜବ ଚୋର

ଲୋକେ କଷ୍ଟ କରି ଧନ ଉପାର୍ଜନ କରିଥାନ୍ତି । ବେଳେବେଳେ ଏହି ଧନ ଉପରେ ଚୋରମାନଙ୍କ କୁ-ଦୃଷ୍ଟି ପଡ଼ିଥାଏ । ଆଉ ସୁଯୋଗ ମିଳିଯାଏ ଯଦି ପୂରା କଳାକନା ବୁଲାଇ ଦିଅନ୍ତି । କେଉଁଠି ଲକ୍ଷାଧିକ ଟଙ୍କା ଲୁଟ୍ ହେଲାଣି ତ ଆଉ କେଉଁଠି କୋଟି କୋଟି ଟଙ୍କା । ଆଉ କେଉଁଠି ସୁନା ଅଳଙ୍କାର କିମ୍ବା ଦାମୀ ସାମଗ୍ରୀ । ଆଜି ଏମିତି ଏକ ଚୋର ସମ୍ପର୍କରେ କହିବୁ ଯିଏ ଚୋରି କରୁଥିଲା ସତ, କିନ୍ତୁ ବିଭିନ୍ନ ଉପାୟରେ ଆଉ ଭିନ୍ନ ଢଙ୍ଗରେ । ଯାହା ଶୁଣି ଆପଣ ନ ହସି ରହିପାରିବେନି । ଭୋପାଳର ସାକେତ ନଗରରେ ଚୋରି ସମ୍ପର୍କରେ ଏକ ଅଜବ ଖବର ନଜରକୁ ଆସିଛି । ସବୁଦିନ ଏଠାରୁ ଚୋରି ହେଉଛି । କିନ୍ତୁ କୌଣସି ବଡ଼ ବଡ଼ ଜିନିଷ ନୁହେଁ । ଚୋରଟି କାହା ଘରୁ ବାଲଟି ତ କାହା ଘରୁ ମଗ୍ । କାହା ଛାତରେ ଥିବା ଟାଙ୍କିରୁ ପାଣି କାଢ଼ି ଗାଧୋଇ ଥାଏ ତ କାହା ଫ୍ରିଜରୁ ଖାଦ୍ୟ କାଢ଼ି ଖାଇ ଦେଇଥାଏ । ଏହା ଦେଖି ଲୋକେ ଭୟଭୀତ ହୋଇପଡ଼ିଥିଲେ । ସ୍ଥାନୀୟ ଲୋକେ ଏହି ଅଭିଯୋଗ ନେଇ ନିକଟସ୍ଥ ପୋଲିସ ଷ୍ଟେଶନକୁ ମାମଲା ରୁଜୁ କରିବାକୁ ଯାଇଥିଲେ । ମାତ୍ର ପୋଲିସ ଏପରି ଛୋଟମୋଟ ଅଭିଯାଗରେ କେସ କରାଯିବ ନାହିଁ ବୋଲି ଲୋକଙ୍କୁ ଶୁଣାଇଦେଲା । ଫଳରେ ଲୋକେ ନିରାଶ ହୋଇ ଫେରିଆସିଲେ । କିନ୍ତୁ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜରେ ଚୋରର ବେଶଭୁଷା ଏକ ସନ୍ଦିଗ୍ଧଠାରୁ କମ୍ ନୁହେଁ ବୋଲି ଦେଖାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ