ଅଜବ ଟିକସ
ପ୍ରତ୍ୟେକ ଦେଶର ଟିକସ ପଇଠ ବ୍ୟବସ୍ଥା ରହିଛି । ଆୟକର, ଗୃହ କର, ଜଳ କର, ଯାନବାହନ କର, ବିଦ୍ୟୁତ୍ କର ଆଦି ବିଭିନ୍ନ ପ୍ରକାରର ଟିକସ ଦେବାକୁ ପଡ଼ିଥାଏ । କିନ୍ତୁ କେହି କେବେ ଖରା ପାଇଁ କିମ୍ବା ଛାଇ ପାଇଁ ଟିକସ ଦେବା କଥା ଶୁଣିନଥିବେ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ମାତ୍ର ଏକଥା ସତ । କାରଣ ଏଭଳି କେତେକ ଦେଶ ରହିଛି ଯାହାର ଟିକସ ଆଦାୟ କରିବା ଶୈଳୀ ଭିନ୍ନ ଭିନ୍ନ ।
ଆମେରିକାର ଅର୍କାନ୍ସ ରାଜ୍ୟରେ ଟାଟ୍ଟୁ ବା ଶରୀରର କୌଣସି ପ୍ରକାର ଚିତ୍ର ଆଙ୍କିଲେ ୬ ପ୍ରତିଶତ ଟିକସ ଦେବାକୁ ହୁଏ । ଏହା ବ୍ୟତୀତ ଇଟାଲୀର ଭେନେଟୋ ସହରର ଏକ ଜାଗାର ନାଁ କୋନାଗ୍ଲିୟାନୋ । ଏଠାରେ ଥିବା ହୋଟେଲ, ରେସ୍ତୋରାଁ କିମ୍ବା ଦୋକାନର ବୋର୍ଡ଼ ସେଠାକାର କୌଣସି ଗଳି ବା ବସ୍ତିରେ ଲଗାଯାଇଥିଲେ ଏହାର ଛାଇ ଗଳିରେ ପଡ଼ିଲେ ଗୋଟିଏ ବର୍ଷ ପାଇଁ ଶହେ ଡଲାର ଟିକସ ଦେବାକୁ ହୁଏ ।
ସ୍ପେନର ବୈଲରିକ୍ ଦ୍ୱୀପସମୂହରେ ୨୦୧୬ରୁ ସନ୍ ଟାକ୍ସ ବା ଖରା ଟିକସ ଲଗାଯାଉଛି । କାରଣ ଏଠାକୁ ପ୍ରତିବର୍ଷ ଏକ କୋଟିରୁ ଅଧିକ ପର୍ଯ୍ୟଟକ ଆସିଥାଆନ୍ତି । ଏଥିଯୋଗୁଁ ସ୍ଥାନୀୟ ସଂସ୍ଥାଗୁଡ଼ିକ ପ୍ରଭାବିତ ହୁଏ । ସେହିଭଳି ଆମେରିକାରେ ୨୦୧୦ରୁ ଟନିଙ୍ଗ୍ ଟ୍ୟାକ୍ସ ଲଗାଯାଉଛି । ଏହି ଟିକସ ଲଗାଇବା ପଛର ମୁଖ୍ୟ କାରଣ ହେଉଛି ଚର୍ମ କର୍କଟରୁ ଲୋକଙ୍କୁ ରକ୍ଷା କରିବା ।
ଓଲ୍ଡ ଷ୍ଟଫ୍ ମ୍ୟାଗାଜିନ୍ ମୁତାବକ, ହଙ୍ଗେରୀରେ ୨୦୧୧ରେ ପ୍ରତ୍ୟେକ ଦିନ ଡବା ବନ୍ଦ ଖାଦ୍ୟ ଉପରେ ଟିକସ ଆଦାୟ କରାଯାଏ । ସବୁଠୁ ଅଧିକ ମାତ୍ରାରେ ଚିନି ଓ ଲୁଣ ଡବା ବନ୍ଦ ହୋଇ ଆସୁଛି । ଅଧିକାରୀଙ୍କ କହିବାନୁସାରେ, ଏହାକୁ ପବ୍ଲିକ୍ ହେଲଥ୍ ପ୍ରୋକ୍ଟ ଟ୍ୟାକ୍ସ କୁହାଯାଏ । ଅଲାବାମା ରେଭିନ୍ୟୁ ଡିପାର୍ଟମେଣ୍ଟ୍ ମୁତାବକ ଆମେରିକାର ଅଲବାମା ରାଜ୍ୟରେ ତାସ୍ ପ୍ୟାକେଟ୍ କିଣିବା ପାଇଁ ଟିକସ ଦେବାକୁ ପଡ଼େ । ଏଭଳି ଟିକସ ଆଦାୟ କରୁଥିବା ଗୋଟିଏ ରାଜ୍ୟ ହେଉଛି ଅଲବାମା ।
ନ୍ୟୁୟର୍କ ଟାଇମ୍ସ ମୁତାବକ ଜାପାନରେ ମେଟାବୋ କାନୁନ ଅନୁସାରେ ୪୦ବର୍ଷରୁ ନେଇ ୭୫ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ କୋଠରୀକୁ ପ୍ରତିବର୍ଷ ମାପିବା ଜରୁରୀ । ଯଦି ପୁରୁଷଙ୍କ କୋଠରୀର ଲମ୍ବ ୮୫ ସେଣ୍ଟିମିଟରରୁ ଅଧିକ ହୁଏ ତେବେ ଟିକସ ଲାଗିବ ଏବଂ ମହିଳାଙ୍କ କୋଠରୀ ୯୦ ସେଣ୍ଟିମିଟରରୁ ଅଧିକ ହେଲେ କର ଦେବାକୁ ପଡ଼ିବ ।