ଅଜବ ନାମ ତାଲିକାକୁ ନେଇ ଦ୍ୱନ୍ଦରେ ହିତାଧିକାରୀ

ହାଟଡିହି, (ବିକାଶ ବିଶ୍ୱାଳ):ଆବାସ ଯୋଜନା ହିତାଧିକରୀଙ୍କୁ ଆବାସ ଯୋଜନାରେ ସାମିଲ କରାଇବା ପାଇଁ ଏବେ ପ୍ରତି ପଞ୍ଚାୟତରେ ଲାଗିଛି ସମ୍ଭାବ୍ୟ ହିତାଧିକାରୀଙ୍କ ନାମ ତାଲିକା । କିନ୍ତୁ ଏହି ନାମ ତାଲିକାରେ ଥିବା ତ୍ରୁଟିକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ଶେରଗଡ ଅଞ୍ଚଳରେ ଜଣେ ମହିଳାଙ୍କ ନାମ କନକ ନିଉଜର ଝିଅ ହିସାବରେ ଆବାସ ଯୋଜନା ତାଲିକାରେ ଥିବା ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ହାଟଡିହି ବ୍ଲକ ଇଞ୍ଚେଳା ପଞ୍ଚାୟତରେ ଏପରି ଅନେକ ରୋଚକ ନାମ ତାଲିକାରେ ଥିବା ଦେଖିବାକୁ ମିଳିଛି । କାହାର ସାଙ୍ଗିଆ ରାଉରକେଲା ତ ଆଉ କାହାର ନାମ ବୈତରଣୀ ପାର ବୋଲି ଉଲେଖ କରାଯାଇଛି । ଓଡିଆ ଭାଷାକୁ ସରକାରୀ ମାନ୍ୟତା ମିଳିଥିବାବେଳେ ସରକାରଙ୍କ ଏଭଳି ଏକ ଗୁରୁତ୍ୱପୁର୍ଣ୍ଣ ତାଲିକାରେ ଏପରି ଭ୍ରମାତ୍ମକ ନାମ ଓଡିଆରେ ପ୍ରକାଶ କରାଯିବା କେତେଦେୁର ଠିକ ତାହାକୁ ନେଇ ଆଲୋଚନା ହେଉଛି । ଏହି ତାଲିକାରେ ପ୍ରଭାତ ରାଉତଙ୍କ ନାମ ଲେଖାଯାଇଥିବାବେଳେ ପିତା ବା ସ୍ୱାମୀଙ୍କ ନାମ ସ୍ଥାନରେ ରାବିନ୍ଦ୍ର ରାଉରକେଲା ଲେଖା ଯାଇଛି । ସେହିପରି ମିନତୀ ମହାପାତ୍ରଙ୍କ ସ୍ୱାମୀ କିମ୍ବା ପିତାଙ୍କ ନାମ ସ୍ଥାନରେ ବାଇଧର ରାଉତ ଲେଖାଯିବା ସ୍ଥଳେ ବେତରଣୀ ପାର ଲେଖା ଯାଇଛି । ଖାଲି ସେତିକି ନୁହଁ ତାଲିକାରେ ଏହିପରି ଅନେକ ତ୍ରୁଟି ପରିଲଖିତ ହୋଇଛି । ଏ ସମ୍ପର୍କରେ ବ୍ଲକର ଜଣେ ବିଭାଗୀୟ କର୍ମଚାରୀଙ୍କୁ ପଚାରିବାରେ ସେ ଇଂରାଜି ନାମକୁ ଏକ ସପ୍ଟଓୟାର ସାହାଯ୍ୟରେ ଓଡିଆକୁ ଟ୍ରାନସଲେଟ କରାଯିବାରେ ଏଭଳି ତ୍ରୁଟି ହୋଇଛି ବୋଲି ସେ କହିଛନ୍ତି । ସେହିପରି ଇଞ୍ଚୋଳ ପଞ୍ଚାୟତ ତାଲିକାରେ ଅନେକ ବାହାର ପଞ୍ଚାୟତର ଲୋକଙ୍କ ନାମ ଉଲେଖ କରାଯାଇଛି । ଇଞ୍ଚୋଳ ପଞ୍ଚାୟତରେ ଅନେକ ଯୋଗ୍ୟ ଲୋକଙ୍କ ନାମ ନଥିବାବେଳେ ବାହାର ପଞ୍ଚାୟତର ଲୋକଙ୍କ ନାମ କିପରି ଯୋଗ କରାଗଲା ବୋଲି କହି କିଛି ଲୋକ ସେହି ନାମ ତାଲିକାକୁ ଚିରି ଫୋପାଡି ଦେଇଥିବା କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ