ଅଜବ ପରମ୍ପରା: ଜୀବନରେ ଥରେ ଗାଧୋଇଥାନ୍ତି ଏଠିକାର ମହିଳା

ବିଶ୍ୱର ବିଭିନ୍ନ ଜାତି ଓ ଜନଜାତିର ଲୋକ ବସବାସ କରୁଛନ୍ତି । ସେମାନଙ୍କ ରହଣି, ପରମ୍ପରା ମଧ୍ୟ ଅନ୍ୟଠାରୁ ଭିନ୍ନ । ନିଜ ଜାତି ଓ ପରମ୍ପରାକୁ ନେଇ ସମସ୍ତେ ଗର୍ବିତ । ଏମିତିରେ ତ ବହୁତ ପରମ୍ପରା ରହିଛି, ହେଲେ ଏମିତି କିଛି ପରମ୍ପରା ରହିଛି ଯାହା ବିଷୟରେ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଆଫ୍ରିକାରେ ରହୁଥିବା ଏକ ଜନଜାତିର ଏମିତି ଏକ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହା ଶୁଣିଲେ ଆପଣ ବି କହିବେ ବାସ୍ତବରେ କ’ଣ ଏହା ସମ୍ଭବ । ଆସନ୍ତୁ ଜାଣିବା ଆଫ୍ରିକାର ନର୍ଥୱେଷ୍ଟ ନାମିବିଆର କୁନୋନ ପ୍ରାନ୍ତରେ ରହୁଥିବା ହିମ୍ବା ଜନଜାତିର ମହିଳାଙ୍କ ବିଷୟରେ । ଯେଉଁମାନେ ସାରା ଜୀବନରେ ମାତ୍ର ଥରଟିଏ ଗାଧୋଇଥାନ୍ତି । ତାହା ପୁଣି ସେମାନଙ୍କ ବିବାହ ଦିନ ।
ଏହି ଜନଜାତିର ମହିଳାଙ୍କୁ ପାଣିର ବ୍ୟବହାର କରିବାକୁ ଅନୁମତି ନଥାଏ । ଏପରିକି ସେମାନେ ନିଜ କପଡ଼ା ବି ଧୋଇପାରନ୍ତିନାହିଁ । ଏହି ଜନଜାତିର ମହିଳାଙ୍କ ତ୍ୱଚାର ରଙ୍ଗ ଲାଲ ହୋଇଥାଏ । ଏହା ପଛରେ ମଧ୍ୟ ଏକ କାରଣ ରହିଛି ।
ହିମ୍ବା ଜନଜାତିର ମହିଳାମାନେ ଗାଧୋଇବା ବଦଳରେ ଏକ ପ୍ରକାର ଚେରମୂଳିକୁ ଗରମ ପାଣିରେ ସିଝାଇ ଏହାର ବାମ୍ଫରେ ନିଜ ଶରୀରକୁ ଫ୍ରେସ କରି ରଖିଥାନ୍ତି । ଏହା ଫଳରେ ନ ଗାଧୋଇଲେ ବି ସେମାନଙ୍କ ଦେହରୁ ଦୁର୍ଗନ୍ଧ ବାହାରିନଥାଏ । ଏହାର ବାସ୍ନାରେ ବିନା ଗାଧୁଆରେ ମଧ୍ୟ ସେମାନେ ଫ୍ରେସ ରହିଥାନ୍ତି ।
ଏହି ଜନଜାତିର ମହିଳାମାନେ ନିଜ ଶରୀରକୁ ଖରାରୁ ରକ୍ଷା କରିବା ପାଇଁ ଏକ ବିଶେଷ ଧରଣର ଲୋଶନ ବା ତରଳ ପଦାର୍ଥ ବ୍ୟବହାର କରିଥାନ୍ତି । ଏହି ଲୋଶନ ପଶୁଙ୍କ ଚର୍ବି ଓ ହେମାଟାଇଟ୍ (ଲୁହା ପରି ଏକ ଖଣିଜ ତତ୍ତ୍ୱ) ଧୂଳିରେ ତିଆରି କରାଯାଇଥାଏ । ହେମାଟାଇଟ ଧୂଳି ଯୋଗୁଁ ସେମାନଙ୍କ ତ୍ୱଚାର ରଙ୍ଗ ଲାଲ ଦେଖାଯାଇଥାଏ । ଏହି ବିଶେଷ ଲୋଶନ୍ ସେମାନଙ୍କୁ ପୋକଜୋକ କାମୁଡ଼ିବାରୁ ସୁରକ୍ଷା ଦେଇଥାଏ ।
କୁହାଯାଏ, ମହିଳାମାନେ ହେମାଟାଇଟ୍ ବ୍ୟବହାର ଏଥିପାଇଁ କରିଥାନ୍ତି ଯେ, ପୁରୁଷମାନଙ୍କଠାରୁ ଅଲଗା ଦିଶିବେ । ଏହି ମହିଳାଙ୍କୁ ରେଡ୍ମ୍ୟାନ ଭାବେ ମଧ୍ୟ ଜଣାଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ