ଅଜିତ ଙ୍କ ବାୟୋଗ୍ରାଫିରେ ନଜର ଆସିବେ ଅକ୍ଷୟ
(ଯୁଗାବ୍ଦ ନ୍ୟୁଜ) ଭାରତରେ ଜେମସ୍ ବଣ୍ଡ ନାମରେ ପରିଚିତ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଙ୍କ ଉପରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ । ଡୋଭାଲ ଙ୍କ ଭୂମିକାରେ ଅଭିନୟ କରିବା ପାଇଁ ‘ଖିଲାଡୀ ଷ୍ଟାର୍’ ଅକ୍ଷୟ କୁମାରଙ୍କୁ ପ୍ରସ୍ତାବ ଦିଆଯାଇଛି । ବଲିଉଡ୍ ନିର୍ଦ୍ଦେଶକ ନିରଜ ପାଣ୍ଡେ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବା ଏକ ବଡ଼ ଦାୟିତ୍ୱ। ଏଥିପାଇଁ ଏକ ଟିମ୍ ସଂପୂର୍ଣ୍ଣ ଭାବେ ଏହି କାର୍ୟ୍ୟରେ ଲାଗିଛି। ଫିଲ୍ମର ସ୍କ୍ରିପ୍ଟ ମଧ୍ୟ ପ୍ରସ୍ତୁତ ଚାଲିଛି। ସ୍କ୍ରିପ୍ଟ ଲେଖା ସରିବା ପରେ ଶୁଟିଂ ଆରମ୍ଭ ହେବ। ଅଜୟ ଦେବଗନଙ୍କ ଅଭିନୀତ ଏହି ଫିଲ୍ମର ଶୁଟିଂ ସରିବା ପରେ ନୂଆ ଫିଲ୍ମର ଶୁଟିଂ ଆରମ୍ଭ ହେବ। ତେବେ ଏଯାବତ୍ ଫିଲ୍ମର ନାଁ ବିଷୟରେ କିଛି ଚିନ୍ତା କରାଯାଇ ନାହିଁ।