ଅଞ୍ଚଳର ଉନ୍ନତି ପାଇଁ ପାରଳା ବିଧାୟକଙ୍କ ଅନେକ ସ୍ୱପ୍ନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ଆସନର ଟାଣୁଆ ଭାଜପା ବିଧାୟକ କେ.ନାରାୟଣ ରାଓ ଅନେକ ସ୍ୱପ୍ନ ଦେଖିବା ସହ ତାକୁ ବାସ୍ତବ ରୂପାୟନ ଦେବା ପାଇଁ ଅଣ୍ଟା ଭିଡିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପିଇବା ପାଣି, ବିଦ୍ୟୁତ୍ ସେବା, ଖାଉଟି ସେବା, ପଞ୍ଚାୟତି ବ୍ୟବସ୍ଥା, ପଶୁପାଳନ ବ୍ୟବସ୍ଥା, ନଗର ଉନ୍ନୟନ ବ୍ୟବସ୍ଥାର ଯଥେଷ୍ଟ ଉନ୍ନତି କରିବା ପାଇଁ ସେ ନିଜେ ସୈନିକ ଭଳି କ୍ଷେତ୍ର ପ୍ରସ୍ତୁତ କରିବା ଓ ସେଥିରୁ ସିଧାସଳଖ ସାଧାରଣ ଲୋକେ କିଭଳି ଉପକୃତ ହେବେ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେଉଛନ୍ତି । କେବଳ ବିଧାନସଭା ସମୟ ଛାଡିଦେଲେ ବାକି ସମୟତକ ନିଜ ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସୁଖଦୁଃଖର ଭାଗିଦାରୀ ସାଜିଛନ୍ତି ବିଧାୟକ ଶ୍ରୀରାଓ । ତାଙ୍କର କହିବା କଥା ଏହି ମାଟି, ପାଣି ପବନରୁ ମୁଁ ଅନେକ କିଛି ନେଇଛି । ତେଣୁ ଏଠାକର ଲୋକମାନଙ୍କ ସମସ୍ୟାରେ ଯଦି ସାରଥୀ ହେବାର ଯଦି ଭଗବାନ ମୋତେ ଦେଇଛନ୍ତି ତେବେ ମୁଁ ସେସବୁକୁ ଲୋକଙ୍କ ହିତରେ ନିଶ୍ଚୟ ଲଗାଇବି । ଲୋକଙ୍କ ମୁହଁରେ ହସହିଁ ବିଧାୟକଙ୍କ ଦୃଢ ପ୍ରୟାସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ