ଅଞ୍ଚଳ ବାସୀଙ୍କ ଅନେକ ଦିନର ସ୍ଵପ୍ନ ପୂରଣ ହେଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦପଣ୍ଡା) :-ଗଜପତିର ଗୁମ୍ମା, ସେରଙ୍ଗ, ନୂଆଗଡରେ ଶୁଭ ଉଦଘାଟନ ହୋଇଛି ନୂତନ ଏଇଟେଲ ଟାୱାର । ଜିଲ୍ଲାର ପଛୁଆ ବ୍ଲକ ଭାବେ ପରିଚିତ ନୂଆଗଡ ଏବଂ ଗୁମ୍ମା ବ୍ଲକରେ ମୋବାଇଲ ନେଟୱର୍କ ସମସ୍ୟା ବିଗତ ୧୦ବର୍ଷ ହେଲା ଅଞ୍ଚଳ ବାସୀଙ୍କ ପାଇଁ ଏକ ବଡ ପ୍ରସଙ୍ଗ ଏବଂ ସମସ୍ୟା ହୋଇ ରହୁଥିଲା । ଅନେକ ରାଜନେତା, ରାଜନୈତିକ ବ୍ୟକ୍ତି ଏବଂ ବିଭିନ୍ନ ସରକାରୀ କର୍ମଚାରୀ ଏଥିପାଇଁ ଯଦିବା ଲୋକଙ୍କୁ ପ୍ରତିଶ୍ରୁତି ଦେଉଥିଲେ ତାହାକୁ ଆଜି କାର୍ଯ୍ୟକାରୀ କରିଛନ୍ତି ଡ଼ଃ. ତିରୁପତି ପାଣିଗ୍ରାହୀ। ଗତମାସରେ ସେ ଏହି ଅଞ୍ଚଳ ପରିଦର୍ଶନ ବେଳେ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହାକୁ ସେ କାର୍ଯ୍ୟକାରୀ କରି ଦେଖାଇଛନ୍ତି । ଡ଼ଃ. ପାଣିଗ୍ରାହୀ ରାଜ୍ୟ ଏୟରଟେଲ ଜୋନାଲ ଅଧିକାରୀ ଙ୍କୁ ସାକ୍ଷାତ କରି ଉକ୍ତ ପ୍ରସଙ୍ଗରେ ଏକ ସମାଧାନର ବାଟ ଖୋଜି ପାରିଥିଲେ । ଆଜି ଏହି ଉଦଘାଟନ ଉତ୍ସବ ବେଳେ ଡ଼ଃ. ତିରୁପତି ପାଣିଗ୍ରାହୀଙ୍କ ସହ ବିଜେଡି ନେତା ବସନ୍ତ ଦାସ, ମରୁତ ପାଳ ,ଡି. ଆପ୍ପା ରାଓ ,ଜେମ୍ସ ରାଇକାଏବଂ ଗୁମ୍ମା ଓ ନୂଆଗଡ଼ ବ୍ଳକର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଟାୱାର ଉଦଘାଟନ କରିବାରେ ସଫଳତା ହାସଲ କରିଥିବା ଯୋଗୁଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।