ଅଞ୍ଜନା ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏଟ୍ କରି ଦେଖାଇଲା ବିବନ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌) : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ବାରଙ୍ଗ ଅଞ୍ଚଳର ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ୍ କରାଯାଇଛି । ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କଲା ସିବିଆଇ ଟିମ୍ । ୧୯୯୯ ମସିହାର ସେହି କଳଙ୍କିତ ରାତିରେ କିପରି ଦୁଷ୍କର୍ମ କରିଥିଲା ବିବନ ତାର ଡେମୋ ଦେଖାଇଛି ।ଘଟଣା ବେଳେ ପ୍ରଥମେ ଏହି ସ୍ଥାନକୁ ଅଞ୍ଜନାଙ୍କୁ ଆଣିଥିଲେ ଦୁଷ୍କର୍ମକାରୀ । ଏଠାରେ ଥିବା ଚାଷ ଜମିରେ ୩ ଜଣ ଅପରାଧୀ ବିବନ ବିଶ୍ବାଳ, ଟୁନା ମହାନ୍ତି ଓ ପଦିଆ ସାହୁ ମିଶି ଦୁଷ୍କର୍ମ କରିଥିଲେ । ଏହାପରେ ବିବନ ନିଜ ଘରକୁ ଚାଲିଯାଇଥିଲେ । ପରେ ପଦିଆ ଆଉ ଟୁନା ମିଶି ଅଞ୍ଜନାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ । ବାରଙ୍ଗ ତ୍ରିଶୁଳିଆ ଛକଠାରେ ଥିବା ଏକ ଢାବାରେ ଅଞ୍ଜନା ଓ ତାଙ୍କ ସହଯୋଗୀ ରାତ୍ରି ଭୋଜନ କରୁଥିବା ବେଳେ ବିବନ, ଟୁନା ଓ ପଦିଆ ସେଠାରେ ମଦ୍ୟପାନ କରୁଥିଲେ । ନିଶାଶକ୍ତ ଅବସ୍ଥାରେ ଅଞ୍ଜନା ଓ ତାଙ୍କ ସହଯୋଗୀଙ୍କୁ ସେମାନେ ଟାର୍ଗେଟ କରିଥିଲେ । ରାତ୍ରି ଭୋଜନ ସାରି ଅଞ୍ଜନା ଭୁବନେଶ୍ବରକୁ ଫେରିବା ବେଳେ ୩ ଅଭିଯୁକ୍ତ ବାରଙ୍ଗ ଷ୍ଟେସନ ନିକଟରେ ତାଙ୍କ କାରକୁ ଅଟକାଇ ଡ୍ରାଇଭରଙ୍କୁ ମାରପିଟ କରିଥିଲେ । ଅପରାଧୀମାନେ ଅଞ୍ଜନାଙ୍କ କାରକୁ ନିଜେ ଡ୍ରାଇଭିଂ କରି ଘଟଣାସ୍ଥଳକୁ ଆଣିଥିଲେ । ସେଠାରେ ୩ଜଣ ମିଶି ଦୁଷ୍କର୍ମ କରିବା ପରେ ବିବନ ସେଠାରୁ ନିଜ ଘରକୁ ଚାଲିଯାଇଥିଲା । ଏହାପରେ ଅନ୍ୟ ଦୁଇ ଜଣ ଅପରାଧୀ ଅଞ୍ଜନାଙ୍କୁ ଭାଲୁଙ୍କା ନିକଟସ୍ଥ ଏକ ଭଙ୍ଗା ହୋଟେଲକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ତେବେ ବିବନ ବିଶ୍ବାଳକୁ ତାଙ୍କ ପଞ୍ଚାୟତର ୨ ଜଣ ବ୍ୟକ୍ତି ଚିହ୍ନଟ କରିବା ପରେ ବାରଙ୍ଗ ଥାନାରୁ ବିବନଙ୍କୁ ପୁଣି ସିବିଆଇ ହାଜତକୁ ପଠାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ