ଅଟଳ ଟିଙ୍କରିଙ୍ଗ ଲ୍ୟାବ ଉଦଘାଟିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତ ସରକାରଙ୍କ ନିତୀ ଆୟୋଗଙ୍କ ଦ୍ୱାରା ପ୍ରତିଷ୍ଠିତ ଅଟଳ ଟିଙ୍କରିଙ୍ଗ୍ ଲ୍ୟାବ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରଜନୀକାନ୍ତ ପଟ୍ଟନାୟକ ଯୋଗ ଦେଇଥିଲେ । ବିଦ୍ୟାଳୟର ସଭାପତି ଉପନ୍ଦ୍ରେ ମହାନ୍ତି, ଉପସଭାପତି ଗୀତା ପାଢୀ, କୋଷାଧ୍ୟକ୍ଷ ଏ. ରାବଣା ରାଓ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ ଓ ସଦସ୍ୟା ସୁନୀତା ସେଠୀ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦୀପ ପ୍ରଜ୍ଜଳନ କରି ବର୍ତ୍ତମାନ ପରିସ୍ଥିତିରେ ଅଟଳ ଟିଙ୍କରିଙ୍ଗ୍ ଲ୍ୟାବ ଶିଶୁ ମାନଙ୍କୁ କୁନି ବୈଜ୍ଞାନିକ ହେବା ପାଇଁ ନିଜକୁ ପ୍ରସ୍ତୁତି କରିପାରିବେ । ଶେଷରେ ସମ୍ପାଦକ ପଦ୍ମ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କମ୍ପ୍ୟୁଟର ଆଚାର୍ଯ୍ୟ ଦୀପକ କୁମାର ଦାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସେହିପରି କୋଭିଡ୍ କଟକଣା ମଧ୍ୟରେ ସ୍କୁଲ ପରିସରରେ ମା ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ