ଅଟଳ ବିହାରୀ ବାଜପାୟୀ ମେମୋରିଅଲ୍ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନୀ ମ୍ୟାଚରେ ଯାଜପୁର ବିଜୟୀ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଚାନ୍ଦବାଲି ବ୍ଲକ ଅଧୀନସ୍ଥ ଓଳଗ ପଞ୍ଚାୟତର ବୋଡକ ଖେଳ ପଡିଆରେ ଓଳଗ ଜୟ ଶ୍ରୀରାମ କ୍ଲବ ତରଫରୁ ଶୁକ୍ରବାର ଅପରାହ୍ନ ୧.୩୦ରେ ଅଟଳ ବିହାରୀ ବାଜପାୟୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚ ପ୍ରାରମ୍ଭରେ ସନ୍ଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡା ସଭାରେ ଚାନ୍ଦବାଲି ବିଡିଓ ସଞ୍ଜୀବ କୁମାର ମହାପାତ୍ର, ତହସିଲଦାର ଭବତୋଷ ମଲ୍ଲିକ, ପୂର୍ବତନ ସରପଞ୍ଚ କିଶୋର ନାୟକ, ସାମାଜିକ କର୍ମୀ ଜୀବନାନନ୍ଦ ପାଢୀ, ସଦାନନ୍ଦ ମଲ୍ଲିକ, ଦୀପକ ରଞ୍ଜନ ବିଶ୍ବାଳ, ଚନ୍ଦ୍ରକାନ୍ତ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍ତମ କ୍ରୀଡା ପ୍ରଦର୍ଶନ କରିବାକୁ ଆହ୍ବାନ ଦେଇଥିଲେ । ଉଦ୍ଘାଟନୀ ମ୍ୟାଚରେ ଯାଜପୁର କ୍ରିକେଟ ଟିମ ଆଳି କ୍ରିକେଟ ଟିମକୁ ପରାସ୍ତ କରି ସେମି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା । ସୁରେଶ ମହାଳିକ, ବିଜ୍ଞାନ ଦାସ, ନିରାକାର ନାୟକ, ମହାବାହୁ ସାହୁ, ପଦ୍ମ ଲୋଚନ ବାରିକ, ଆଲୋକ କୁମାର ନାୟକ, ପ୍ରକାଶ ପାଢୀ, ସଞ୍ଜିତ ନାୟକ, ଦୁଷ୍ମନ୍ତ ବାରିକ,ଶୈଳେନ୍ଦ୍ର ନାୟକ,ପ୍ରକାଶ ପାତ୍ର, ରାଜ କିଶୋର ବାରିକ ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।