ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକ ପାଳନ କଵି, ଲେଖକ, ସାମ୍ବାଦିକଙ୍କୁ କରାଗଲା ସମ୍ମାନିତ

କରଞ୍ଜିଆ,( ଜିତେନ୍ଦ୍ର ରାଜ):ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଯଶିପୁର ରାମତୀର୍ଥ ଛକ ସ୍ଥିତ ବିଜେପି କାର୍ଯ୍ୟାଳୟ ରେ ଭାରତ ରତ୍ନ ପୂର୍ବ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ କବି,ଲେଖକ, ସାମ୍ବାଦିକ, ବିଜେପି କାର୍ଯ୍ୟକର୍ତ୍ତା ଓ ନିମନ୍ତ୍ରିତ ଅତିଥି ଗଣ ପ୍ରଥମେ ବାଜପେୟୀଙ୍କ ଫୋଟ ଚିତ୍ର ରେ ଶ୍ରଦ୍ଧା ସୁମନ ଧୂପ ଦୀପ ପୁଷ୍ପ ଅର୍ପଣ କରିଥିଲେ। ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ବିପିନ୍ ମହାନ୍ତ ପାଳିତ ସଭା ପରିଚାଳନା କରିଥିଲେ। ରାଜ୍ୟ ବିଜେପି ସମ୍ପାଦକ ନବୀନ ରାମ୍,ଜିଲ୍ଲା ର ବରିଷ୍ଠ ନେତା କୃପାସିନ୍ଧୁ ମହାନ୍ତ, ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତ, ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ କୁମାର ମହାନ୍ତ, ଜିଲ୍ଲା ସମ୍ପାଦକ ସରୋଜ ମହାନ୍ତ, ବରିଷ୍ଠ ନେତା ବିମଳ ସେନାପତି ଅଶୋକ ସାହୁ,ଲେଖକ ଓ କବି ଜୀବନ କୁମାର ଗିରି, ଜିଲ୍ଲା ମହିଳା ମୋର୍ଚ୍ଚା ର ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାନ୍ତ ପ୍ରମୂଖ ବାଜପେୟୀଙ୍କ ସ୍ମୃତି ଚାରଣ କରିଥିଲେ ଓ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ଶୁକୃଳି କଲେଜ ର ଅବସରପ୍ରାପ୍ତ ଅଧ୍ୟାପକ ତଥା କବି ଜୀବନ ଗିରି, ଲେଖକ ପ୍ରଶାନ୍ତ ଘଣା, ବରିଷ୍ଠ ସାମ୍ବାଦିକ ବିରଞ୍ଚିନାରାୟଣ ସାହୁ, ସାମ୍ବାଦିକ ଦିଲୀପ କୁମାର ସାହୁ, ଜନାର୍ଦ୍ଦନ ମହାନ୍ତ, ବିନ୍ଦୁସାର ଦାସ, ଜନାର୍ଦ୍ଦନ ମହାନ୍ତ, ସଞ୍ଜୟ ମହାନ୍ତ, ଲଲାଟେନ୍ଦୁ ପାତ୍ର,ସୁରଥ ପଟ୍ଟନାୟକ, ସରୋଜ ବେହେରା, କ୍ଷିତୀଶ୍ ପାତ୍ର ପ୍ରମୂଖ ନିଜ ନିଜ ଅଞ୍ଚଳ ରେ ସାମ୍ବାଦିକତା କ୍ଷେତ୍ରରେ ଦାୟିତ୍ୱର ସହ କାର୍ଯ୍ୟ ତୁଲାଇଥିବା କାରଣରୁ ବିଜେପି ଦଳ ପକ୍ଷରୁ ନିମନ୍ତ୍ରିତ ସମ୍ମାନିତ ଅତିଥି ଗଣ ଫୁଲତୋଡ଼ା ଉପଢ଼ୌକନ ଦେଇ ବାଜପେୟୀଙ୍କ ଜନ୍ମ ଶତବାର୍ଷିକ ପାଳିତ ସଭା ରେ ସମ୍ମାନିତ କରିଥିଲେ । ସମ୍ମାନୀତ ହୋଇଥିବା ସମସ୍ତେ ବାଜପେୟୀଙ୍କ ନିତି ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ ସହ ନିଜ ନିଜ ର ଅନୁଭୂତି ସମ୍ପର୍କରେ ଅବଗତ କରିଥିଲେ । ଶେଷରେ ଜିଲ୍ଲା ସମ୍ପାଦକ ଆଶିଷ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ