ଅଟଳ ବିହାରୀ ବାଜପେୟୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ପାରିଲେ, ରାମରାଜ୍ୟ ପ୍ରତିଷ୍ଠା ହୋଇପାରିବ
ଭୁବେନଶ୍ବର, (ଯୁଗାବ୍ଦ ନ୍ୟୁଜ):ପୂର୍ବତନ ପ୍ରଧାନମନ୍ତ୍ରୀ, ସୁ ସାହିତ୍ୟିକ, ଆଦର୍ଶ ରାଜନୀତିଜ୍ଞ, ନିଃସ୍ଵାର୍ଥପର ସରଳ ମଣିଷ, ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ଆଦର୍ଶରେ ଯଦି ଆମେ କିଛି ମାତ୍ରାରେ ଅନୁପ୍ରାଣିତ ହୋଇ ପାରିବା, ତେବେ ନିଶ୍ଚିତ ଜଣେ ସୁନାଗରିକ ହୋଇପାରିବା । ବିଶେଷ କରି ଆଜିର ରାଜ ନେତା ମାନେ ତାଙ୍କ ଜନ୍ମ ଦିନରେ କେବଳ ଫୁଲମାଳ ଦେଇ ଗୁଣ ଗାନ କରିଦେଲେ ହେବା ନାହିଁ ତାଙ୍କ ପରି ଦକ୍ଷ, ନିର୍ଭୀକ ସଚ୍ଚୋଟ ଦେଶ ପ୍ରେମୀ ହୋଇପାରିଲେ ଭାରତ ସୁନିଶ୍ଚିତ ଭାବେ ରାମରାଜ୍ୟ ହୋଇପାରିବ ବୋଲି ଡିସେମ୍ବର ୨୫ ତାରିଖ ଦିନ ଭୁବନେଶ୍ୱର ବୁଦ୍ଧ ମନ୍ଦିର ସ୍ଥିତ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଟାନ ଓ ଜର୍ଣ୍ଣାଲିଷ୍ଟ ୱେଲଫାର୍ ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ମିଳିତ ଉତ୍ସବ ଅବସରରେ ଉଭୟ ପ୍ରତିଷ୍ଠାନର ସଭାପତି ସମାଜସେବୀ ସୁଶାନ୍ତ କୁମାର ସାବତ ବକ୍ତବ୍ୟ ପ୍ରଦନ କରିଥିଲେ। ମୁଖ୍ୟବକ୍ତା ଭାବେ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରଶନ ପଟ୍ଟନାୟକ ଯୋଗଦେଇ ସୁସ୍ଥ ଓ ବିକଶିତ ରାଷ୍ଟ୍ର ନିର୍ମାଣରେ ଅଟଳ ବିହାରୀ ବାଜପେୟୀ ଙ୍କ ପରି ବିଚକ୍ଷଣ ସୁଶାସକଙ୍କ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଣ୍ଠ ଶିଳ୍ପୀ ସୁସ୍ମିତା ଦାଶ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଶ୍ବ ଓଡ଼ିଆ ସମ୍ମିଳନୀ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଚଳଚିତ୍ର ପ୍ରଯୋଜକ ତଥା ଅଭିନେତା ଧିରେନ୍ ତ୍ରିପାଠୀ ଅତିଥିଭାବେ ଯୋଗଦେଇ ଓଡ଼ିଶାର କଳା ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ପଦ୍ମଶ୍ରୀ ଡ଼ଃ ପଟ୍ଟନାୟକ, ଗାୟିକା ସୁସ୍ମିତା ଦାଶ ଓ ଅଭିନେତା ଧିରେନ ତ୍ରିପାଠୀଙ୍କୁ ପ୍ରତିଷ୍ଠାନ ତରଫରୁ ଅଙ୍ଗବସ୍ତ୍ର ଦେଇ ଶ୍ରୀ ସାବତ ସମ୍ମାନିତ କରିଥିବା ବେଳେ ସଂଯୁକ୍ତା ପଣ୍ଡା, ସାଇ ପ୍ରସାଦ ପରିଡ଼ା, ପୁଷ୍ପାଞ୍ଜଳୀ ମହାପାତ୍ର, ସାଧନା ପାଢ଼ୀ, ନିଳୀମା ଦାସ, ଏସ ଶୋଭା ରାଣୀ, ତପନ ପଣ୍ଡାଙ୍କୁ ମୋମେଣ୍ଟ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଅଟଳଜୀଙ୍କ ତୈଳଚିତ୍ରରେ ପୁଷ୍ପ ଅର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କାଯାଇଥିଲା।