ଅଟାରିରେ ସମେଝୈାତା ଏକ୍ସପ୍ରେସକୁୁ ଅଟକିଲା ପାକିସ୍ତାନ .ଯାତ୍ରୀକୁ ଆଣିବା ପାଇଁ ଗଲେ ଭାରତୀୟ ଡ୍ରାଇଭର
ଶ୍ରୀନଗର ,ଜାମ୍ମୁ –କାଶ୍ମୀର ରେ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ସରକାର ରକ୍ତ ଚାଉଳ ଚୋବାଉଛି । ପ୍ରତିଟି ମୁହୁର୍ତ୍ତରେ ଭାରତ ଠାରୁ ପ୍ରତିଶୋଧ ନେବାକୁ ଚାର୍ହି ରହିଛି । ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନର ଆକାଶ ମାର୍ଗ ଦେଇ ଯାତାୟତ ଉପରେ ପାକିସ୍ତାନ କଟକଣା ଲଗାଇଥିବା ସହ କୈାଣସି ପ୍ରକାର କୁଟନୈତିକ ଆଲୋଚନ କରିବାକୁ ରୋକ ଠୋକ ମନା କରିଦେଇଥିବା ବେଳେ ଗୁରୁବାର ସମଝୈାତ ଏକ୍ସପ୍ରେସ ପହଞ୍ଚିବାର ଥିଲା । କିନ୍ତୁ ପାକିସ୍ତାନ ନିଜର ଗାର୍ଡ ଓ ଡ୍ରାଇଭରକୁ ଅଟକାଇଦେଇଛି । ପାକିସ୍ତାନର ଏହି କଟକଣା ପରେ ପାକିସ୍ତାନରେ ଫଶି ରହିଛନ୍ତିି ଭାରତର ୬୨ ଜଣ ଯାତ୍ରୀ । ଡ୍ରାଇଭର କ୍ରୁ ମେମ୍ବରକୁ ପଠାଯାଇଛି ।ସେପଟେ ପାକିସ୍ତାନ ଯିବା ପାଇଁ ଦିଲ୍ଲୀରେ ୭୦ ଜଣ ଯାତ୍ରୀ ଅପେକ୍ଷା କରିରହିଛନ୍ତି । ଭାରତ ପଟୁ ସମଝୈାତା ଏକ୍ସପ୍ରେସ ବାତିଲ କରିବାର କୈାଣସି ଯୋଜନା ନାର୍ହି ବୋଲି ଭାରତ ରେଳର ସିପିଆରଓ ଦୀପକ କୁମାର କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାମ୍ମୁ –କାଶ୍ମୀରର ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଭାରତ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଲାଗୁକରିଛି । ଏହା ସହ ଭାରତ ସହ କୈାଣସି କୁଟନୈତିକ କଥାବାର୍ତ୍ତା କରିବା ପାଇଁ ରୋକ ଠୋକ ମନା କରିଦେଇଛିି ।