ଅଟୋକୁ ଧକ୍କା ଦେଲା ଟ୍ରକ, ୩ଆହତ
ହାଟଡିହି, (ବିକାଶ ବିଶ୍ୱାଳ): ଆଜି ମଧ୍ୟାହ୍ନରେ ଛେନାପଦି ହଦଗଡ ରାସ୍ତାର ମା ବିଶ୍ୱତାରିଣୀ ପେଟ୍ରୋଲ ପମ୍ପ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଅଟୋଟି ବିଲ କିଆରୀ ଭିତରକୁ ପସିଯାଇଥିବାବେଳେ ଏଥିରେ ବସିଥିବା ୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ଖବରରୁ ଜଣାଯାଇଛି ଯେ ଛେନାପଦି ଛକରୁ କିଛି ଯାତ୍ରୀଙ୍କୁ ଧରି କପୁଣ୍ଡି ଗ୍ରାମକୁ ଯାଉଥିବାବେଳେ ସମ୍ମୁଖରୁ ଆସୁଥିବା ଓଆର୦୪କେ ୫୬୧୨ ନମ୍ବର ବିଶିଷ୍ଟ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ବସିଥିବା ସୁଦର୍ଶନ ଜେନା, ରଙ୍ଗବତୀ ଜେନା ଓ ଅଟୋ ଚାଳକ ଶିବୁ ପାଢ଼ୀ ଆହତ ହୋଇଥିଲେ । ଆମ୍ବୁଲାନସ ଯୋଗେ ଆହତ ମାନଙ୍କୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ସୁଚନା ମିଳିଛି । ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।