ଅଟୋ ଓଲଟି ୧ ମୃତ ୪ ଆହାତ

କୋଦଳା,(ଯୁଗାବ୍ଦ ନ୍ୟୁଜ୍‌) : ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ମଠବରିଡା ଛଚିନା ରାସ୍ତାରେ ସୋମବାର ଅପରାହ୍ନରେ ଏକ ଯାତ୍ରୀ ବାହି ଅଟୋ ଓଲଟି ଜଣେ ମୃତ ହୋଇଥିବା ବେଳେ ୪ ଜଣ ଆହାତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଶରଧାପୁର ଗ୍ରାମର ମହେଶ୍ୱର ଦାସ (୨୮) ସୋମବାର କୋଦଳା ଅଭିମୁଖେ ଅଟୋ ଯୋଗେ ଯାଉଥିବା ସମୟରେ ମଠ ବରିଡା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ଘଟଣା ସ୍ଥଳରୁ ୪ ଜଣଙ୍କ ସମେତ ମହେଶ୍ୱର ଗୁରୁତର ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ସୁମଣ୍ଡଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରାଯାଇଥିଲା । ଡାକ୍ତର ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଟୋକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରୀ ରଖିଥିବା ବେଳେ ଡ୍ରାଇଭର ବିଦେଶୀ ପ୍ରଧାନ ଘଟଣା ସ୍ଥଳରେ ଫେରାର ହୋଇଯାଇଛି । ଅଟୋ ଚାଳକଙ୍କ ପରିଚୟ ତାଳସର ପଂଚାୟତର କେଶରପୁର ଅଂଚଳର ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ