ଅଟୋ ଓଲଟି ୩ ଗୁରୁତର

ମୋହନା,( ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କମାଳପୁରୁ ଗେଟ ନିକଟରେ ଏକ ଅଟୋ ଓଲଟି ତିନି ଗୁରୁତର ହୋଇଛନ୍ତି |ଗୁରୁତର ମାନକୁ ପ୍ରଥମେ କମଳାପୁରୁ ମେଡ଼ିକାଲ ରେ ପ୍ରାଥମିକ ଚିକିତ୍ସା ପରେ ମୋହନା ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି | ସେମାନଙ୍କ ଗୋଡ଼ରେ ଆଘାତ ଲାଗିଥିବାରୁ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି |ଘଟଣା ରୁ ପ୍ରକାଶ କନ୍ଧଗଣିଗ୍ରାମରୁ ଏକ ଅଟୋ (ଓଡ଼ି୦୭ଏଏ୯୬୪୮) ସାତ ଜଣ ଯାତ୍ରୀ ଙ୍କୁ ନେଇ ବାଡ଼ିପଙ୍କାନିଜ ପରିବାର ସମ୍ପର୍କୟଙ୍କ ମୃତ କାର୍ଯ୍ୟ କୁ ଆସୁଥିବା ବେଳେ କୌଣସି କାରଣ ରୁ ଜାତୀୟ ରାଜପଥ ୩୨୬ କମଳାପୁରୁ ନିକଟରେ ଓଲଟି ପଡିଥିଲା | ମୋହନା ଥାନା ପୋଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ