ଅଟୋ ଓଲଟି ୬ ଶ୍ରମିକ ଆହତ

ହିଂଜିଳିକାଟୁ, (ଶେଷଦେବ ସାହୁ) : ହିଂଜିଳି ଥାନା ପୋଚିଲିମା ଛକରେ ସୋମବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ଏକ ଡ଼ାଲା ଓଲଟି ପଡ଼ିବାରୁ ଅଟୋରେ ଯାତ୍ରା କରୁଥିବା ୬ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଆହତ ମାନେ ହେଲେ ହିଂଜିଳି ଥାନା ପୋଚିଲିମା ଗ୍ରାମର ନର୍ମଦା ଦାସ (୧୮), ମନିଷା ଦାସ (୧୮), ବବି ଦାସ (୩୦), ମୋନାଲିସା ଦାସ (୧୮), ତମାଳ ଦାସ(୫୫) ଓ ମାମିନି ଦାସ(୧୮) । ହିଂଜିଳିକାଟୁ ଅଂଚଳରୁ କାର୍ଯ୍ୟ ସାରି ପୋଚିଲିମା ଗ୍ରାମର ୬ ଜଣ ମହିଳା ଶ୍ରମିକ ଏକ ଡ଼ାଲା ଅଟୋ(ଓଡ଼ି୦୭ପି ୨୪୧୯) ଯୋଗେ ଘରକୁ ଫେରୁଥିବା ବେଳେ ପୋଚିଲିମା ଛକରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତା ପ୍ୱାଶ୍ୱର୍ ବିଲ ମଧ୍ୟକୁ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯେ।।ଗେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ମାମିନି ଓ ବବିର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଦୂର୍ଘଟଣା ସ୍ଥଳରେ ପଂହଚି ଘଟଣାର ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ