ଅଟୋ ଓଲଟି ୮ ମହିଳା ଗୁରୁତର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଭଞ୍ଜନଗର ଥାନା ଅଧିନ ବାଇବାଲି ପଞ୍ଚାୟତ ତଡମା ରାସ୍ତାରେ ସୋମବାର ଏକ ଯାତ୍ରୀବାହି ଅଟୋ ଓଲଟି ଦୁର୍ଘଟଣା ଗ୍ରସ୍ଥ ହୋଇଛି। ଫଳରେ ୮ ଜଣ ମହିଳା ଗୁରୁତର ହୋଇଛନ୍ତି।ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି।ସେମାନଙ୍କ ମଧ୍ୟରୁ ଛଅ ଜଣଙ୍କ ସ୍ବାସ୍ତ୍ୟବସ୍ଥା ସଙ୍କଟାପନ୍ନ ରହିଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି। ତଡମା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସମସ୍ତ ଗୁରୁତର ତାଙ୍କର ଅନ୍ତିମ ସତ୍କାର ସାରି ସୋମବାର ସକାଳୁ ଏକ ଯାତ୍ରୀବାହୀ ଅଟୋ ଯୋଗେ ଚଢିଆପଲ୍ଲୀ ଓ ବଞ୍ଜରା ଗାଁକୁ ଫେରୁଥିଲେ।ହେଲେ ତଡମାରୁ ଚଢିଆପଲ୍ଲୀ ଆସିବା ରାସ୍ତାରେ କୌଣସି କାରଣବଶତଃ ଅଟୋଟି ଭାରସାମ୍ୟ ହରାଇ ଏକ କଲଭର୍ଟ ତଳକୁ ଓଲଟି ପଡିଥିଲା।ଫଳରେ ଗାଡି ମଧ୍ୟରେ ଥିବା ଚଢିଆପଲ୍ଲୀ ଗ୍ରାମର କୁନି ନାୟକ(୫୦), ଜୟନ୍ତୀନାୟକ(୪୨), ଶେସବତି ମଳିକ(୩୩), ରେଜିନା ଦିଗାଲ(୪୦), ହିନ ନାୟକ(୪୩) ଓ ବଞ୍ଜରା ଗାଁର କାତାରିନା ପ୍ରଧାନ(୫୦),ପ୍ରମିଳା ନାୟକ(୬୨) ଓ ନର୍ମଦା ନାୟକ(୩୨) ଗୁରୁତର ହୋଇ ପଡିଥିଲେ। ଆମ୍ବୁଲାନ୍ସ ଯୋଗେ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ବାସ୍ତ୍ୟବସ୍ଥା ସଙ୍କଟାପନ୍ନ ରହିଛି।ପ୍ରାଥମିକ ଚିକିତ୍ସା ପରେ ଡାକ୍ତର କୁନି, ରେଜିନା, ପ୍ରମିଳା, କାତାରିନା, ହିନ ଓ ନର୍ମଦାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ