ଅଟୋ-କ୍ୟାମ୍ପର ମୁହାଁମୁହିଁ ଧକ୍କା, ୬ ଆହତ
ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ଛକରେ ଶନିବାର ସନ୍ଧ୍ୟା ପ୍ରାୟ ୬ ଟା ୩୦ ମିନିଟ୍ ସମୟରେ ଏକ କ୍ୟାମ୍ପର ପିକ୍ଅପ ଗାଡି ସହିତ ଏକ ଅଟୋ ର ମୁହାଁମୁହିଁ ଧକ୍କା ଫଳରେ ଅଟୋରେ ବସିଥିବା ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଡାକ୍ତରଖାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଅଟୋର ଡ୍ରାଇଭର ସମେତ ବସିଥିବା ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୨ ଜଣ ଆହତ ହୋଇଛନ୍ତି । ଗୁରୁତର ଥିବା ୪ ଜଣ ହେଲେ ବିଟୁ ମୁଣ୍ଡା, ରବିମୁଣ୍ଡା, କାଳୁ କାରୁଆ, ନିଗରୁ ସାମାଟ୍ । ଏମାନଙ୍କ ଘର ଯୋଡାସ୍ଥିତ କୁନ୍ଦୁରୁନାଳା ବୋଲି ଜଣାପଡିଛି । ଦୁର୍ଘଟଣାସ୍ଥଳରୁ ଜଣାପଡିଛି ଯେ, ଅଟୋଟି ଜୁରୁଡି ଆଡୁ ଯୋଡା ଆଡକୁ ଆସୁଥିବାବେଳେ ବିପରୀତ ଦିଗରୁ ପିକ୍ଅପ ଗାଡିଟି ଯାଉଥିଲା । ଖାଲ ଢିପ ରାସ୍ତାଟି ହୋଇଥିବାରୁ ପିକଅପ୍ ଗାଡି ଭାରସାମ୍ୟ ହରାଇ ସିଧାସଳଖ ଅଟୋକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ଓଲଟି ଯାଇଥିଲା । ସ୍ଥାନୀୟ ବାଂଶପାଣି ଛକର ଲୋକମାନେ ଆହତ ମାନଙ୍କୁ ଟାଟା କମ୍ପାନୀ ଡାକ୍ତରଖାନାକୁ ଆଣିଛନ୍ତି |