ଅଟୋ ଚାଳକ ସଂଘ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର
ଦିଗପହଣ୍ଡି,(ଅଳକନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଗୁପ୍ତେଶ୍ୱର ଅଟୋ ଚାଳକ ସଂଘ ପକ୍ଷରୁ ରବିବାର ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳି କାଟୁ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସାଇଟ ସେଭର୍ସ ଇଣ୍ଡିଆ ଏବଂ ଜିଏଆଇଏଲ ଗ୍ୟାସ ଲିମିଟେଡର ମିଳିତ ଆନୁକୁଲ୍ୟରେ ଆୟୋଜିତ ଶିବିର ରେ ଅଟୋ ଚାଳକ ସଂଘ ସଭାପତି ପ୍ରଶାନ୍ତ କୁମାର ପୂଜାରୀ, ଘରୋଇ ମିନିବସ ଚାଳକ ସଂଘ ସଭାପତି କୁରେଶୁ ମହାରଣା , କାର ଚାଳକ ସଂଘ ସଭାପତି କୁନା ବେହେରା , ଆଇନ ପରାମର୍ଶଦାତା ପରେଶ ଚନ୍ଦ୍ର ରଥ , ଟି. ମାଧବ, ସୁଧାକର ସାହୁ , ଦୁର୍ଯ୍ୟୋଧନ ଗୈାଡଙ୍କ ସମେତ ଅଟୋ ଚାଳକ ବୃନ୍ଦ ଉପସ୍ଥିତ ଥିଲେ। ଶଙ୍କର ଚକ୍ଷୁ ଚିକିତ୍ସାଳୟ ର କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ ଙ୍କ ତତ୍ତ୍ଵାବଧାନରେ ୬୨ ଜଣ ଙ୍କ ଚକ୍ଷୁ ପରୀକ୍ଷା କରାଯିବା ସହ ୨ ଜଣଙ୍କ ପରଳ ଚିହ୍ନଟ ହୋଇଥିଲା । ଚିହ୍ନଟ ୪୦ ଜଣ ଚକ୍ଷୁ ରୋଗୀ ଙ୍କୁ ମାଗଣା ରେ ଚଷମା ପ୍ରଦାନ କରାଯାଇଥିବା ବେଳେ ୬ ଜଣଙ୍କ ରେଟିନା ପରୀକ୍ଷା କରାଯାଇଥିଲା ।