ଅଟୋ ଚାଳକ ସଙ୍ଘ ତରଫରୁ ମନୋଜ ଙ୍କୁ ସମ୍ମାନିତ କରାଗଲା

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟ ସ୍ତରୀୟ ସମ୍ମାନ ଓଡ଼ିଶା ସମାଜସେବୀ ମହାସଂଘ ପରିବାର ଭୁବନେଶ୍ବର ତରଫରୁ ଉତ୍କଳବୀର ସମ୍ମାନ ୨୦୨୩ ସମ୍ମାନରେ ସମ୍ବର୍ଦ୍ଧିତ ହୋଇ ଫେରିଥିବା ଉପେନ୍ଦ୍ର ଭଞ୍ଜ ଅଟୋ ଏସୋସିଏସନ୍ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଗଝୋଳ ଗ୍ରାମର ମନୋଜ ମିଶ୍ର ଙ୍କୁ ଅଟୋ ସଙ୍ଘ ବଡକୋଦଣ୍ଡା ଛକ ଶାଖା ସଭାପତି ଶ୍ରୀ ରଙ୍କନିଧି ସ୍ବାଇଁ ଏବଂ ଶାଖାର ସମସ୍ତ ସଦସ୍ୟ ବୃନ୍ଦ ବଡକୋଦଣ୍ଡା ଛକ ଶାଖା ଠାରେ ପୁଷ୍ପଗୁଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରି ଥିଲେ।ମନୋଜ ମିଶ୍ର ଜଣେ ଅଟୋ ଚାଳକ ଡ୍ରାଇବର ହୋଇ ଥିଲେ ମଧ୍ୟ ତାଙ୍କର ସେବା ମନୋ ସମସ୍ତଙ୍କୁ ଚକିତ କରିଛି।ଏଥିପାଇଁ ଭଞ୍ଜନଗର ଅଟୋ ଚାଳକ ମାନେ ବେଶ ଖୁସି ଏବଂ ତାଙ୍କର ଜଣେ ସହକର୍ମୀ ସମାଜିକ ସେବା କରି ରାଜ୍ୟ ସ୍ତରୀୟ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଉଛନ୍ତି।ତେଣୁ ଭଞ୍ଜନଗର ଅଟୋ ସଂଘ ମନୋଜ ଙ୍କ ସହ ହାତକୁ ହାତ ମିଳାଇ ସମାଜିକ ସେବା ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ