ଅଟୋ ଦୁର୍ଘଟଣା ଗ୍ରସ୍ତ! ଆରୋହୀ ଦୁଇ ଅଙ୍ଗନବାଡ଼ି କର୍ମୀ ମଧ୍ୟରୁ ଜଣେ ମୃତ ଜଣେ ଗୁରୁତର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲା ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ସଂଧ୍ୟାରେ କକରୋନା ଟିକାକରଣ ଥିଲା । ଏଥିପାଇଁ ଅପରାହ୍ନ ସାଢେ଼ ତିନିଟା ପାଖାପାଖି ସମୟରେ ରାଇରଙ୍ଗପୁର ପୌରାଞ୍ଚଳର ପୁରୁଣା ଘାଟି ଗ୍ରାମର ଅଙ୍ଗନବାଡ଼ି ଦିଦି ଗୁରୁବାରି ମାଝୀ , ତାଙ୍କର ସ୍ବାମୀ ଏବଂ କୁଚେଇବୁଢୀ ଗ୍ରାମର ଅଙ୍ଗନବାଡ଼ି ଦିଦି ସାବିତ୍ରୀ ଲୋହାର ଏକ ଅଟୋରେ ରାଇରଙ୍ଗପୁର ରୁ ୧୭ କିମି ଦୂର ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ କ୍ରୋଧାନ୍ୱିତ ପ୍ରତିଷେଧକ ଟିକା ନେବାପାଇଁ ଯାଉଥିବା ବେଳେ ରାଇରଙ୍ଗପୁର-ଗୋରୁମହିଷାଣୀ ରାସ୍ତା ଷୁଣ୍ଢଳଠାରେ ଭାରସାମ୍ୟ ହରାଇ ଆଠୋଟି ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।ଅଟୋରେ ବସିଥିବା ଆରୋହୀ ଗୁରୁତର ଅବସ୍ଥାରେ ଗୋରୁମହିଷାଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ।ପରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅଙ୍ଗନବାଡ଼ି ଦିଦି ସାବିତ୍ରୀ ଲୋକମାନଙ୍କ ଅମୂଲ୍ୟ ଜୀବନ ଲିଭି ଯାଇଥିଲା । ଅଙ୍ଗନବାଡ଼ି ଦିଦି ଗୁରୁବାରି ମାଝୀଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସ୍ଥାନାନ୍ତରିତ କରାଯାଇଛି ।ଅଟୋ ଚାଳକ ଘଟଣାସ୍ଥଳରୁ ଛୁ । ଗୋରୁମହିଷାଣୀ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ରାଇରଙ୍ଗପୁର ହସ୍ପିଟାଲରେ ଏକ ଶୋଭାଯାତ୍ରାରେ ପରିବେଶ ହୋଇଉଠିଛି । ଖବର ପାଇ ବିଭିନ୍ନ ଅଂଚଳରୁ ଅଙ୍ଗନବାଡ଼ି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସରକାରଙ୍କୁ କ୍ଷତିପୂରଣ ଦେବାପାଇଁ ଦାବି କରିଛନ୍ତି ।


