ଅଟୋ ଧକାରେ ଅଧ୍ୟାପକ ଗୁରୁତର
ରାଇରଙ୍ଗପୁର- (ଅକ୍ଷୟ ବିଶ୍ବାଳ) ସଡ଼କ ସୁରକ୍ଷା ସପ୍ତାହ ଉଦ୍ଯାପନ ଦିବସରେ ବି ଦୁର୍ଘଟଣା ପିଛା ଛାଡିନି । ଶୁକ୍ରବାର ଦିନ ସଂଧ୍ୟାରେ ରାଇରଙ୍ଗପୁର ମୁନସିପାଲଟି ଛକରେ ବାଇକରେ ଔପଦା କଲେଜର ଅଧ୍ୟାପକ ଆଦିତ୍ୟ ଆଚାର୍ୟ୍ୟ ରାସ୍ତା ପାର ହେଉ ଥିବାବେଳେ ହଠାତ୍ ଦୃତଗତିରେ ଆସୁଥିବା ଏକ ଅଟୋ ବାଇକ୍ କୁ ଧକା ଦେଇଥିଲା । ଫଳରେ ଦୁର୍ଘଟଣାରେ ତାଙ୍କର ପଛପଟ ମଥାରେ ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳ । ଅଟୋ ଚାଳକକୁ ଅଟକାଇ ଥାନାକୁ ହସ୍ତାନ୍ତର କରିଛନ୍ତି ଜନତା । ପୋଲିସ ଅଟୋ ଓ ବାଇକୁ ଜବତ କରି ଥାନାରେ ରଖିଛି । ଏହି ବିଷୟରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।