ଅଟୋ ଧକ୍କାରେ ଦୁଇ ଗୁରୁତର : ଅଟୋ ଚାଳକ ଫେରାର

ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ନାଉଗାଁ ଥାନା ଅନ୍ତର୍ଗତ ଡେରିକିରେ ଅଟୋ ଚାଳକ ବେପରୁଆ ଭାବେ ଗାଡି ଚଳାଇବା ଫଳରେ ୨ଜଣ ଗୁରୁତର ଆହାତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଅଟୋ ରେ ଗଙ୍ଗଦାହାଟରୁ ଓଷକଣା ଗ୍ରାମକୁ ଶୋଭା ସେଠୀ ଓ ତାଙ୍କ ସ୍ତ୍ରୀ ,ଝିଅଙ୍କୁ ଅଟୋରେ ବସାଇ ନାଉଗାଁ ଅଭିମୁଖେ ନିଜ ଗ୍ରାମକୁ ଆସୁଥିଲେ । । ଭଟଣା ଗ୍ରାମର କାଠ ବ୍ୟବସାୟୀ ପ୍ରଫୁଲ ଜେନା ନିଜ ଦୋକାନ ଖୋଲିବାକୁ ଆସୁଥିବା ସମୟରେ ଡେରିକି ନିକଟରେ ଅଟୋ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଅଟୋଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ପ୍ରଫୁଲ ତଳେ ପଡି ଯାଇ ଗୁରୁତର ହୋଇଯାଉଥିଲେ । ସେହି ବାଟରେ ଆଉ ୨ଜଣ ବ୍ୟକ୍ତିଙ୍କୁ ଉକ୍ତ ଅଟୋଟି ଧକ୍କା ଦେଇ ଦ୍ରୁତଗତିରେ ନାଉଗାଁ ଅଭିମୁଖେ ଯାଉଥିବା ସମୟରେ ସ୍ଥାନୀୟ ଲୋକେ ଅଟୋଟିକୁ କାବୁ କରିବା ପାଇଁ ଚେଷ୍ଟା କରିଥିଲେ । ଫଳରେ ଉକ୍ତ ଅଟୋ ଚାଳକ ଜଣକ କିଛି ଉପାୟ ନପାଇ ଭିତରେ ଥିବା ମହିଳା ଯାତ୍ରୀ ଶୋଭାଙ୍କୁ ଅଟୋ ଭିତରୁ ତଳକୁ ଠେଲି ଦେଇଥିଲେ ଓ ଭୟରେ ଅନ୍ୟ ୨ ଜଣ ତଳକୁ ଓହ୍ଲାଇ ଯାଇଥିଲେ ।ଏହାପରେ ଅଟୋ ଚାଳକ ଅଟୋକୁ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ଅନ୍ୟପକ୍ଷରେ ଗୁରୁତର ଅବସ୍ଥାରେ ଥିବା ପ୍ରଫୁଲ ଓ ଶୋଭାଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡକାଇ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ଶୋଭାଙ୍କ ହାତ ଭାଙ୍ଗି ଯାଇଥିବାର ୁତାଙ୍କୁ ଜଗତସିଂହପୁର ମୁଖ୍ୟ ଚିକିତତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ଏ ସଂପର୍କରେ ଥାନାରେ କୈାଣସି ଲିଖିତ ଅଭିଯୋଗ ହୋଇ ନଥିବା ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ପ୍ରକାଶ କରିଛନ୍ତି । ବେପରୁଆ ଗାଡି ଚଳାଉଥିବା ଡ୍ରାଇଭରକୁ ତଦନ୍ତ କରି ଗିରଫ କରିବା ପାଇଁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ