ଅଟୋ- ବାଇକ ମୁହାଁମୁହିଁ ଧକ୍କା – ବାଇକ୍ ଚାଳକ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ପିଏନଏସ: ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଛକ ନିକଟରେ ସୋମବାର ଅପରାହ୍ନରେ ଯାତ୍ରୀବାହୀ ଅଟୋ (ଓଡ଼ି୦୭ଡ଼ି ୦୯୦୧) ସହ ଟିଭିଏସ ଆପାଚି ମୋଟର ସାଇକେଲ(ନମ୍ବର ବିହୀନ)ର ମୁହାଁମୁହିଁ ଧକ୍କା ଘଟିବାରୁ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଜଣକ କଳାହାଣ୍ଡି ଥାନା ଶାଳିଗାଁର ରାକେଶ କୁମାର ପ୍ରଧାନ(୩୨) । ହିଞ୍ଜିଳି ବିଡ଼ିଓ ପ୍ରସନ କୁମାର ପାତ୍ର ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥୂଳରେ ପଂହଚି ଦୂର୍ଘଟଣାଗ୍ରସ୍ତ ବାଇକକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଦୂର୍ଘଟଣା ଘଟାଇ ଯାତ୍ରୀବାହୀ ଅଟୋଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପ୍ରକାଶ ଯେ, ରାକେଶ ବାଇକ ଯୋଗେ ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଯାତ୍ରୀବାହୀ ଅଟୋଟି ବ୍ରହ୍ମପୁର ଠାରୁ ଯାତ୍ରୀଙ୍କୁ ନେଇ ହିଞ୍ଜିଳି ଥାନା ଗିରିଆ ଅଭିମୁଖେ ଯାଉଥିବା ବେଳେ ସମରଝୋଳ ଛକ ନିକଟରେ ମୁହାଁମୁହିଁ ଧକ୍କା ଘଟିଥିଲା ।