ଅଠରଦେଉଳ ଯାତ୍ରାର ସୁବ୍ୟବସ୍ଥା ନିମନ୍ତେ ଜିଲ୍ଲାପାଳଙ୍କ କମିଟିର ଦାବିପତ୍ର
କରଞ୍ଜିଆ,(ଜିତେନ୍ଦ୍ର ରାଜ):ପ୍ରତିବର୍ଷ ବାଥୁଡି ସମାଜ ର ଆରାଧ୍ୟ ବଡାମ ଠାକୁର ଙ୍କ ବାର୍ଷିକ ଅଠରଦେଉଳ ସ୍ଥିତ ମାନବ ଦେଉଳ ବାର୍ଷିକ ପୂଜା ଚଳିତ ବର୍ଷ ମାର୍ଚ୍ଚ ୩୦ ଠାରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ଯଶିପୁର ବ୍ଲକ ଶିମିଳିପାଳ ଆଭ୍ୟନ୍ତରୀଣ ଲେମ୍ବୁଗଡା ନିକଟରେ ପ୍ରତ୍ୟେକ ବର୍ଷ ଭଳି ମହାସମାରହ ରେ ରାଜ୍ୟ ଓ ରାଜ୍ୟ ବାହାରୁ ବାଥୁଡି ସମ୍ପ୍ରଦାୟ ର ହଜାର ହଜାର ଶ୍ରୀ ବଡାମ ବଡାମୁଣି ଭକ୍ତ ଙ୍କ ସାମଗମ ରେ ଅନୁଷ୍ଠିତ ହେବାକୁ ଥିବା ଏହି ବାର୍ଷିକ ପୂଜାରେ ଯାତ୍ରାକାଳୀନ ସମସ୍ୟା ଯଥା ଚାରି ଚକିଆ ଯାନ ଯାତାୟାତପାଇଁ ମାର୍ଚ୍ଚ ୩୧ ଠାରୁ ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅଠରଦେଉଳ ଯିବାକୁ ଅନୁମତି ପ୍ରଦାନ,ପାନୀୟ ଜଳ ଯୋଗାଣ ନିମନ୍ତେ ପାଣି ଟ୍ୟାଙ୍କର ବ୍ୟବସ୍ଥା, ପ୍ରାଥମିକ ସ୍ୱାସ୍ଥ୍ୟ ଆବଶ୍ୟକ ସାଧାରଣ ଔଷଧ ଯୋଗାଣ, ଅସ୍ଥାୟୀ କୁଡ଼ିଆ ନିର୍ମାଣ ନିମନ୍ତେ ବାଉଁଶ ଯୋଗାଣ ସହିତ ଅନ୍ୟ ବ୍ୟବସ୍ଥା ନିମନ୍ତେ ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥା ନିମନ୍ତେ ଜିଲ୍ଲାପାଳହେମକାନ୍ତ ସୟ ଙ୍କ ଭେଟି ଅଠରଦେଉଳ ପରିଚାଳନା କମିଟି ର ସଭାପତି ଦେବେନ୍ଦ୍ର ନାଥ ଦାସ ଓ ଉପଦେଷ୍ଟା ବିନୋଦ ବିହାରୀ ନାଏକ ଙ୍କ ନେତୃତ୍ୱ ରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ମିନତୀ ନାଏକ, ରଞ୍ଜିତ କୁମାର ସଂକ୍ଷିଆଳ, ସହ ସମ୍ପାଦକ ବ୍ରହ୍ମାନନ୍ଦ ନାଏକ, କୋଷାଧକ୍ଷ ହୃଷିକେଶ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ହୋଇ ଜିଲ୍ଲାପାଳ ଙ୍କ ପ୍ରଦାନ କରିଥିଲେ ଜିଲ୍ଲାପାଳ ହେମକାନ୍ତ ସୟ ଶୀଘ୍ର ତ୍ୱରିତ ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳୀ କୁ ପ୍ରତିଶୃତି ଦେଇଥିଲେ.