ଅଡବା ଥାନାରେ ଅଘଟଣ -ଗଞ୍ଜେଇ ଅଭିଯୁକ୍ତ କୁ ଗିରଫ କରିବା ଯୋଗୁଁ ଥାନାରେ ଧସେଇ ପଶି ଥାନା ଭାଙ୍ଗିଲେ ଉତ୍ୟକ୍ତ ଲୋକେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଚୁଡୁଙ୍ଗପୁର ଗ୍ରାମ ପଞ୍ଚାୟତ ଝରଣପୁର ଗ୍ରାମର ବିଶ୍ୱନାଥ ଭୂୟାଁପାଇ ଅଡବା ପୋଲିସ ଘରୁ ଆଣି ଅଟକ ରଖିଥିବାରୁ ଆଜି ଅଂଚଳ ବାସୀ ଉତ୍ୟକ୍ତ ହୋଇ ଥାନା ମଧ୍ୟରେ ଧସେଇ ପଶି ପୋଲିସ କୁ ଆକ୍ରମଣ କରିବା ସହ ଥାନାର ଅସବାଵ ପତ୍ର ସହ କମ୍ପୁଟର ଭାଙ୍ଗିଥିବା ଦେଖିବାକୁ ମିଳିଛି।ଅଟକ ବ୍ୟକ୍ତିଙ୍କୁ ନିସର୍ତ ଛାଡିବାକୁ ଦବିକାରୀ ଥାନା ଘେରାଉ କରିଛନ୍ତି।ମୋହନା ବ୍ଲକ ର ଏକ ପ୍ରତିନିଧି ଦଳ ସମାଧାନ କରିବା ନିମନ୍ତେ ପୋଲିସ ଏବଂ ପ୍ରଶାସନ ସହ ମଧ୍ୟସ୍ତ ସାଜି ଘଟଣାକୁ ସମାଧାନ କରିବା ନିମନ୍ତେ ପ୍ରୟାସ ଜାରି ରଖିଥିବା ଜଣାପଡିଛି।ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଙ୍କ ସହ ସ୍ଥାନୀୟ ଆଦିବାସୀ ନେତା ଏବଂ ବ୍ଲକ ପ୍ରଶାସନ ସହ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିବା ପ୍ରକାଶ।ଘଟଣା ସ୍ଥଳରେ ଏସ୍ଡିପିଓ ଦିଲୀପ କୁମାର ନାୟକ, ଥାନା ଅଧିକାରୀ ଅଡବା, ମୋହନା, ଙ୍କ ସହ ତହସିଲଦାର, ବିଡ଼ିଓ ତାପସ୍ୱିନୀ ହାସଦା ପ୍ରମୁଖ ଉପସ୍ଥିତ ରହି ଘଟଣା ପ୍ରତି ନଜର ରଖିଛନ୍ତି। ଗଞ୍ଜେଇ ଘରେ ରଖିଥିବା ଖବର ପାଇ ରବିବାର ରାତିରେ ଝରଣପୁର ଗ୍ରାମ ର ବିଶ୍ୱନାଥ ଭୂୟାଁ ଙ୍କ ଘରେ ପଶି ଗଞ୍ଜେଇ ରଖିବା ଅଭିଯୋଗ ରେ ଅଡବା ପୋଲିସ ଗିରଫ କରିଥିଲା ବିଶ୍ୱନାଥ ଙ୍କୁ ତାହାର ପ୍ରତିବାଦ ରେ ଆଜି ଅଡବା ଥାନାରେ ପଶି ଭଙ୍ଗାରୁଜା କରିଛନ୍ତି ଉତ୍ୟକ୍ତ ପଞ୍ଚାୟତ ର ୨୦୦ ଉର୍ଦ୍ଧ ଲୋକେ ଥାନା ଆଗରେ ଘେରାଉ କରି ହଟାତ ଲୋକେ ଥାନା ଭିତରେ ଧସେଇ ପଶି ଭଙ୍ଗାରୁଜା କରିବା ସହିତ ପୋଲିସ୍ କୁ ଆକ୍ରମଣ କରିଥଲେ । ଗଞ୍ଜେଇ ଚୋରା ଚାଲାଣ ଓ ଗଛିତ ରଖଥିବା ଅଭିଯୋଗରେ ଗିରଫ ବିଶ୍ଵନାଥ ଭୂୟାଁ ନିର୍ଦ୍ଦୋଷ ବୋଲି ଗ୍ରାମ ବାସୀ କହିବା ସହ ତାଙ୍କୁ ଖଲାସ ନକଲା ପର୍ଯ୍ୟନ୍ତ ଅଡବା ଥାନା ସମ୍ମୁଖରେ ଧାରଣା ଜାରିରହିବ ବୋଲି କହିଛନ୍ତି l ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ