ଅଡବା ଥାନା ଅଧିକାରୀ ଙ୍କ ସହ ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ମୋହନା ବ୍ଲକ ଟିମ୍ ର ସମସ୍ତ କର୍ମୀ ବିଭିନ୍ନ ସମସ୍ୟା ବିଷୟରେ ନେଇ ଅଡବା ଥାନା ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ପଣ୍ଡା ଙ୍କ ସହ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାର ଭାଷ୍ଟାଚାର ବିଭାଗ ର ଜିଲ୍ଲା ମହିଳା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ, ଜିଲ୍ଲା ସଭାପତି ଶ୍ରୀ ଏଫ୍ . ଟି.ଦେବେନ୍ଦ୍ର ନାୟକ, ଜିଲ୍ଲା ଉପ ସଭାପତି ଆହ୍ୱାନ ନାୟକ, ମୋହନା ବ୍ଲକ ସଭାପତି ଅନନ୍ତ ମଲିକ,ମୋହନା ବ୍ଲକ ମହିଳା ସଭାନେତ୍ରୀ ଶ୍ରୀମତୀ ସସ୍ମିତା ମୀଶ୍ର ,ଅନିଲ ବିରୋ,ଟୁନା ମଲ୍ଲିକ,କାମ୍ବି ମଲ୍ଲିକ ଓ ବିଶ୍ଵନାଥ ମାଲିକ ଉପସ୍ଥିତ ଥିଲେ। ମାନବ ଅଧିକାର କର୍ମୀ ଅନେକ ସମସ୍ୟା କୁ ନେଇ ଆଲୋଚନା କରି ନିର୍ଦ୍ଧିଷ୍ଟ ଉଦ୍ଦେଶ୍ୟ ଉପରେ ଆଲୋକ ପାତ କରିଥିଲେ। ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ମୋହନା ବ୍ଲକ ରି କର୍ମି ଥାନା ଅଧିକାରୀ ଶ୍ରୀ ଶୁଭ୍ରାଂଶୁ ପଣ୍ଡାଙ୍କୁ ଲୋକ ଙ୍କ ସମସ୍ୟା ବେଳେ ସହଯୋଗ ର ହାତ ବଢ଼େଇ ଓ ପ୍ରତେକ ଲୋକ ଙ୍କ ନିଜ ନିଜ ଅଧିକାର ଯେମିତି ପାଇପାରିବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ।


