ଅଡବା ଥାନା ରଣକ୍ଷେତ୍ର ଘଟଣାରେ ୭ ଅଭିଯୁକ୍ତ ଗିରଫ

ମୋହନା, (ଅଂଶୁମାନ ପଣ୍ଡା):ଗତ ରବିବାର ଦିନ ଅଡବା ଥାନା ଅନ୍ତର୍ଗତ ଚୁଡଙ୍ଗପୁର ପଞ୍ଚାୟତ ଅଧିନ ଝରଣପୁର ଗାଁର ବିଶ୍ୱନାଥ ଭୂୟାଁ ଘରେ ୨୦୭କିଲୋ ଗଞ୍ଜେଇ ରଖିଥିବା ଓ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗରେ ପୁଲିସ ଗଞ୍ଜେଇ ଜବତ କରିବା ସହ ଭୂୟାଁକୁ ଗିରଫ କରିଥିଲା। କିନ୍ତୁ ପୁଲିସ ମିଥ୍ୟ। ମାମଲାରେ ବିଶ୍ଵନାଥକୁ ଗିରଫ କରିଥିବା ଅଭିଯୋଗ କରି ଆଦିବାସୀ ଅଞ୍ଚଳବାସୀ ଶହ ଶହ ସଂଖ୍ୟାରେ ଅଡବା ଥାନା ଘେରିବା ସହ ତାଙ୍କୁ ଶୀଘ୍ର ଛାଡିବା ପାଇଁ ଦାବି କରିଥିଲେ।କିନ୍ତୁ ବିଶ୍ଵନାଥଙ୍କୁ କୋର୍ଟ ଚାଲାଣ କରିସାରିଥିବା ପୁଲିସ କହିବା ପରେ ଲୋକେ ଉତ୍ତ୍ୟକ୍ତ ହୋଇ ଥାନା ଭିତରେ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ପୁଲିସଙ୍କୁ ଆକ୍ରମଣ କରିଥିଲେ। ୧୦ରୁ ଉର୍ଦ୍ଧ୍ଵ କର୍ମଚାରୀ ଆହତ ମଧ୍ୟ ହୋଇଥିଲେ। ଏହି ଘଟଣାକୁ ଭିର୍ତ୍ତିକରି ଗୁରୁବାର ଦିନ ପ୍ରାୟ ୧୧ଟା ୩୦ରେ ଅଡବା ପୁଲିସ ଫୋର୍ସ ସହିତ ଚୁଡଙ୍ଗପୁର ପଞ୍ଚାୟତ ଅଞ୍ଚଳରେ ପହଞ୍ଚି ୨ଜଣ ମହିଳା ଓ ୫ଜଣ ପୁରୁଷଙ୍କୁ ଗିରଫ କରିଛି। ସେମାନେ ହେଲେ ଝରଣପୁର ଗ୍ରାମର ରଙ୍ଗି ରଇତ (୬୫), ପରି ଭୂୟାଁ (୪୦) ,ସୁନି ମଣ୍ଡଳ(୨୪), ଦାନିଏଲ ଭୂୟାଁ (୪୧),ଲାଜାର ରଇତ (୪୫ ) ଓ ସିଆଳିଲଟି ଗ୍ରାମର ରେମ୍ୱେକା ଜାନି (୪୦) ,ଦୟାନ ରାଇକା (୩୭)କୁ ଗିରଫ କରି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ପରେ ରା.ଉଦୟଗିରି କୋର୍ଟକୁ ପଠାଇ ଦିଆଯାଇଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଶୀଘ୍ର ଗିରଫ କରାଯିବ ଓ ତଦନ୍ତ ଜାରୀ ରହିଛି ବୋଲି ଆଜି ମୋହନା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ରା.ଉଦୟଗିରି ଏସଡିପିଓ ଦିଲ୍ଲିପ କୁମାର ନାୟକ, ପାରଳାଖେମୁଣ୍ଡି ଡିଏସପି ରାଜକିଶୋର ଦାଶ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ