ଅଡ଼ବା ପୋଲିସ ଚଢ଼ାଉ କରି ୧୫ କେଜି ଓଜନର ଏକ

ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲ୍ଲା ମୋହନା ବନ ବିଭାଗ ଓ ଅଡ଼ବା ପୋଲିସ ଚଢ଼ାଉ କରି ୧୫ କେଜି ଓଜନର ଏକ ବଜ୍ରକାପ୍ତା ଜବତ କରି ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । କୋଣସି ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ବନ ବିଭଗର କର୍ମଚାରୀ ଓ ଅଡ଼ବା ପୋଲିସ ମିଳିତ ଚଢ଼ାଉ କରି ଗୁରୁଝୋଲି ପଂଚାୟତ ଚିଢ଼ାଙ୍ଗପଙ୍କା ଗାଁରେ ଚଢ଼ାଉ କରିଥିଲା । ଘର ନିକଟରେ ବଜ୍ରକାପ୍ତାକୁ କାଠର କୋରଡ ଭିତରେ ରଖିଥିଲେ । ବନ ବିଭାଗ ବଜ୍ରକାପ୍ତାକୁ ଉଦ୍ଧାର କରି ବେଆଇନ ଭାବେ ରଖୁଥିବା ୨ ଜଣକୁ ପୋଲିସ ଗିରଫ କରି ବନ ବିଭାଗକୁ ହସ୍ତାନ୍ତର କରିଛି । କୋଉ ପରିସ୍ଥିତି ଜଙ୍ଗଲ ଏକ ବିରଳ ଜାତିର ପ୍ରାଣୀକୁ ଘରେ ରଖିଥଲେ ସେ ନେଇ ବନ ବିଭଗ ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ