ଅଡିଓ ଭାଇରାଲ; ତିନିମାସ ପରେ ଗ୍ୟାସ ଟାଙ୍କି ଫିଲଙ୍ଗ କଲେ ୩୦୦ଜୋରିମାନା

ହାଟଡିହି,(ବିକାଶ ବିଶ୍ୱାଳ) : ଗତକିଛିଦିନ ଧରି ଉଜ୍ଜାଲା ଯୋଜନାରେ ବହୁ ହିତାଧିକାରୀ ନାନା ପ୍ରକାରର ଶୋଷଣର ଶୀକାର ହେବାଭଳି ଘଟଣା ନଜରକୁ ଆସିଥିବାବେଳେ ଏବେ ଲୋକ ମାନଙ୍କୁ ଭିନ୍ନ ଧରଣର ଶୋଷଣ କରୁଥିବା ଅଭିଓ ଭାଇରାଲ ହୋଇଛି । ହିତାଧିକାରୀ ମାନଙ୍କୁ ବିଭିନ୍ନ ଆଳ ଦେଖାଇ ସେମାନଙ୍କୁ ଶୋଷଣ କରୁଛନ୍ତି । ଜଣେ ମହିଳା ହିତାଧିକାରୀଙ୍କ ଠାରୁ ତିନିମାସ ହେଲା ଗ୍ୟାସ ଉଠାଇ ନଥିବାରୁ ତାଙ୍କ ଠାରୁ ଜୋରିମାନା ଆଦାୟ କରିବରା ପରେ ମହିଳା ଜଣକ ସଂପୃକ୍ତ ଗ୍ୟାସ ଏଜେନସିର କର୍ମଚାରୀଙ୍କ ସହିତ ଫୋନ ଯୋଗେ କରିଥିବା ବାର୍ତ୍ତାଳାପ କରିବା ସମୟରେ ଏହି ବେଆଇନି କାର୍ଯ୍ୟକଳାପ ନଜରକୁ ଆସିଛି । ତିନିମାସରେ ଥରେ ଗ୍ୟାସ ଟଙ୍କି ଭର୍ତ୍ତି କରିନନେଲେ ୩୦୦ରୁ ଆରମ୍ଭ କରି ୫୦୦ପର୍ଯ୍ୟନ୍ତ ଫାଇନ ଆକାରରେ ଦେବାକୁ ପଡିବ ବୋଲି ଏହି କର୍ମଚାରୀ ଜଣକ କହିଛନ୍ତି । ଫାଇନ ଦେବାକୁ ଇଛୁକ ନଥିବା ହିତାଧିକାରୀ ଉଜ୍ଜାଲା ଯୋଜନାରେ ପାଇଥିବା ଗ୍ୟାସ ଖାତା, ଚୁଲା ଟାଙ୍କି ସରେଣ୍ଡର କରିଦେବାକୁ କର୍ମଚାରୀ ଜଣକ କହୁଛନ୍ତି । ହିତାଧିକାରୀଙ୍କ କହିବା ଅନୁଯାଇ ଆମେ ମୁଲ ମଜୁରିଆ ଲୋକ, କାଠ କୁଟା ଜାଳରେ କିଛି ମାତ୍ରାରେ ରୋଷେଇ କାର୍ଯ୍ୟ ସାରିଦେଉଛୁ । ଜରୁରୀ ସମୟରେ ଗ୍ୟାସ ବ୍ୟବହାର କରୁଛୁ । ଫଳରେ ଦୁଇରୁ ତିନି ମାସ ପର୍ଯ୍ୟନ୍ତ ଟାଙ୍କିରୁ ଗ୍ୟାସ ସରୁ ନାହିଁ । ଏପରିକି ଗ୍ୟାସ ଟାଙ୍କି ଫିଲଙ୍ଗ କରିବା ପାଇଁ ପାଖରେ ପଇସା ନଥିଲେ ତାହା ବିଳମ୍ବ ହେଉଛି । ଏଭଳି କ୍ଷେତ୍ରରେ ଗ୍ୟାସ ବିତରକ ସଂସ୍ଥା ଜୋର ଜବରଦସ୍ତ ସେମାନଙ୍କ ଠାରୁ ଫାଇନ ଆଦାୟ କରିବା ଓ ଗ୍ୟାସ ସରେଣ୍ଡର ଆଳରେ ଅନ୍ୟତ୍ର ବ୍ଲାକରେ ବିକ୍ରୀ କରିବା ଭଳି ଅଭିଯୋଗ ମାନ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସମ୍ପର୍କରେ ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିଲେ ବି କୌଣସି ସୁଫଳ ମିଳୁନଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ପୁର୍ବରୁ ଏହି ଅଞ୍ଚଳରେ ଉଜ୍ଜାଲା ଗ୍ୟାସ ଯୋଗାଣରେ ହିତାଧିକାରୀ ମାନଙ୍କୁ ଗ୍ୟାସ କନେକସନ ଦିଆନଯାଇ ହଜାର ହଜାର ଗ୍ୟାସ ଟାଙ୍କି ଓ ଚୁଲା ହଡପ କରାଯାଇଥିଲା । ଯାହାକି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଯାଇ କିଛି ହିତାଧିକାରୀ ସେମାନଙ୍କ ଟାଙ୍କି ଚୁଲା ଫେରି ପାଇପାରିଥିବା ବେଳେ ଏବେ ସୁଧା ଶହଶହ ହିତାଧିକାରୀ ଗ୍ୟାସ ସଂଯୋଗ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ତେଣୁ ପ୍ରଶାସନ ତୁରନ୍ତ ଏହି ଅଡିଓ ଭାଇରାଲ ଘଟଣାର ତଦନ୍ତ କରି ହିତାଧିକାରୀଙ୍କୁ ଶୋଷଣରୁ ମୁକ୍ତ କରିବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ