ଅଡିଟରିୟମ ହଲ ଠାରେ ଜାତୀୟ ସମ୍ପାନର ଶୀର୍ଷକ “ବୁଦ୍ଧଙ୍କ ମାନବିକତା

ଗଂଜାମ, (ବିନୋଦ ପଲାଇ):ଧର୍ମ ଓ ଧର୍ମନରପେକ୍ଷର ଦାର୍ଶନିକ ସମନ୍ଵୟ” ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଥିଲା। ଗୌତମ ବୁଦ୍ଧଙ୍କ ଫୋଟରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇ ପ୍ରାରମ୍ଭ ସଙ୍ଗୀତର ତାନେ ତାନେ ପବିତ୍ର ବାତାବରଣ ଲହରୀ ଖେଳିଯାଇଥିଲା। ଏଥିରେ ମୁଖ୍ୟ ଅତିଥି ବି. ଜେ. ବି. ସ୍ଵୟଂ ଶାସିତ ମହାବିଦ୍ୟାଳୟର ପୂର୍ବତନ ପ୍ରଫେସର ଦର୍ଶନଶାସ୍ତ୍ର ବିଭାଗ ତଥା ବିଶିଷ୍ଟ ହେତୁବାଦୀ ପ୍ର. ଧନେଶ୍ଵର ସାହୁ, ମୁଖ୍ୟ ବକ୍ତା ଉତ୍କଳ ବିଶ୍ଵବିଦ୍ୟାଳୟ ଭୁବନେଶ୍ୱର ପୂର୍ବତନ ପ୍ରଫେସର ଦର୍ଶନଶାସ୍ତ୍ର ବିଭାଗ ପ୍ର. ଡଃ ଶରତ ଚନ୍ଦ୍ର ପାଣଗ୍ରାହୀ, ମୁଖ୍ୟ ବକ୍ତା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ତ୍ରିପୁରା ,ଅବସରପ୍ରାପ୍ତ ପ୍ରଫେସର ପ୍ର.ଆଦିତ୍ୟ କୁମାର ମହାନ୍ତି, ପୂର୍ବତନ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପ୍ରଫେସର , ତାରାତାରିଣୀ ମହାବିଦ୍ୟାଳୟ ଡ଼ଃ ନରସିଂହ ଦାୟିନୀ ବକ୍ତାରୂପେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରବୀଣ କୁମାର ନନ୍ଦ ସଭାପତିତ୍ଵ କରିଥିବାବେଳେ ଇଂରାଜୀ ବିଭାଗ ଅଧ୍ୟାପିକା ଅରୁନ୍ଧତୀ ସିଂ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ। ଅଧ୍ୟକ୍ଷଙ୍କ ଦ୍ୱାରା ସ୍ବାଗତ ସମ୍ଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲାବେଳେ ସୀମାଞ୍ଚଳ ଭୋଳ ସମ୍ପାନର ମୁଖ୍ୟ ଆଭିମୁଖ୍ୟ ଆଲୋଚନା କରି ବିଶ୍ବ ହେଇଛି ପ୍ରଜ୍ଞା ବୃକ୍ଷ ଓ ବୁଦ୍ଧ ହେଉଛନ୍ତି କରୁଣାର ଅବତାର ବୋଲି ମତବ୍ୟକ୍ତ କରିଥିଲେ। ଏହା ପରେ ପ୍ର. ସୀମାଞ୍ଚଳ ଭୋଳଙ୍କ ବହୁ ପ୍ରତୀକ୍ଷିତ ପୁସ୍ତକର ଶୀର୍ଷକ ” ବୁଦ୍ଧଙ୍କ ସମସାମୟିକ ବୌଦ୍ଧ ଗଳ୍ପମାଳା” ର ପୁସ୍ତକାର୍ପଣ ହେବା ସଙ୍ଗେ ସଙ୍ଗେ ଅତିଥିମାନଙ୍କୁ ଉପଢୌକନ ଓ ପୁସ୍ତକ ଉପହାର ସ୍ୱରୂପ ପ୍ରଦାନ କରାଗଲା। ଏହାପରେ ପୁନର୍ବାର ଛାତ୍ରୀମାନଙ୍କ ସୁଲଳିତ କଣ୍ଠରେ ସ୍ବାଗତ ଗୀତି ଆରମ୍ଭ ହୋଇଥିଲା। ଆଜିର ଅତିଥି ଡ଼ଃ ନରସିଂହ ଦାୟିନୀ ବକ୍ତବ୍ୟ ମାଧ୍ୟମରେ ମାନବ ସମାଜରେ ଅଷ୍ଟାଙ୍ଗ ଯୋଗ କିପରି ଗୁରୁତ୍ଵ ବହନ କରିଛି ବିଶଦ ଭାବରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ବିଶିଷ୍ଟ ହେତୁବାଦୀ ପ୍ର. ଧନେଶ୍ଵର ସାହୁ ବୌଦ୍ଧ ଧର୍ମର ତ୍ରିପିଟକ, ଅଷ୍ଟାଙ୍ଗ ଯୋଗ ଓ ଅଷ୍ଟାଙ୍ଗ ମାର୍ଗ ମଧ୍ୟରେ ଥିବା ଫରକକୁ ବିଶଦ୍ ଭାବରେ ବିଶ୍ଳେଷଣ କରିଥିଲା ବେଳେ ମୁଖ୍ୟ ବକ୍ତା ପ୍ର. ଡଃ ଶରତ ଚନ୍ଦ୍ର ପାଣଗ୍ରାହୀ ମାନବବାଦ ବିଷୟରେ ସୂଚନା ପ୍ରଦାନ କରିଥିଲେ। ପୁନଶ୍ଚ ମୁଖ୍ୟ ବକ୍ତା ପ୍ର.ଆଦିତ୍ୟ କୁମାର ମହାନ୍ତିମାନବବାଦ,ପ୍ରଜ୍ଞା, ସମତା ଓ କରୁଣାର ପ୍ରାଞ୍ଜଳ ଭାବରେ ବର୍ଣନା କରିଥିଲେ। ସର୍ବଶେଷରେ ଲକ୍ଷ୍ମୀ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ ହୋଇଥଲା ।ଏଥିରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ଅମର ପ୍ରସାଦ ବିଶୋଈ ଅତିଥିଙ୍କ ପରିଚୟ ପ୍ରଦାନ ପୂର୍ବକ ସଭାକାର୍ଯ୍ୟର ଆରମ୍ଭ କରିଥିଲେ । ଏଥିରେ ଆମ ମହାବିଦ୍ୟାଳୟର ଅମର ପ୍ରସାଦ ବିଶୋଇ, ଗିରିଶ ଆଚାର୍ଯ୍ୟ, ଶୁଭେନ୍ଦୁ ଟହଲ,ଡ଼ଃ ପୀତାମ୍ବର ବେହେରା, ସ୍ମରଣିକା ହୋତା, ମମତା ପାଢ଼ୀ, ଦୁର୍ଗାପ୍ରସାଦ ଦାସ , ବାଇରୀ ଦେବୀ, ସ୍ୱାଗତିକା ପ୍ରଧାନ, ନରୋତ୍ତମ ମାନା ଓ ଅନ୍ୟାନ୍ୟ ସହକର୍ମି, ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ସହଯୋଗରେ ସମ୍ପାନ ସାଫଲ୍ୟମଣ୍ଡିତ ହୋଇପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ