ଅଢେଇ କୋଟି ଦେଲେ ବାଗଚୀ ଦମ୍ପତି

ଭୁବନେଶ୍ୱର: କରୋନା ମହାମାରୀ ସଂଗ୍ରାମ ପାଇଁ ଓଡ଼ିଶା କୌଶଳ ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗଚୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଲୋକସେବା ଭବନରେ ଉଭୟ ବାଗଚୀ ଦମ୍ପତି ଏହି ପରିମାଣର ଏକ ଚେକ୍ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ପ୍ରଦାନ କରିଛନ୍ତି । ଏହି ଅର୍ଥ ବଲାଙ୍ଗୀର ଜିଲ୍ଲାରେ ସରକାରଙ୍କ ତରଫରୁ ଖର୍ଚ୍ଚ କରାଯାଉଥିବା ବ୍ୟାପକ କୋଭିଡ ନିରାକରଣ ଓ ସହାୟତା କାର୍ଯ୍ୟକ୍ରମ ବାବଦରେ ସହଯୋଗ ସ୍ୱରୂପ ପ୍ରଦାନ କରିଥିବା ଶ୍ରୀ ବାଗଚୀ କହିଛନ୍ତି । ଚେକ୍ ଗ୍ରହଣ ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଉଭୟଙ୍କୁ ସରକାରଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ