ଅଣଗେଜେଟେଡ୍ କର୍ମଚାରୀ ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ

କୋରାପୁଟ,(ହେମନ୍ତ କୁମାର ପାଣଗ୍ରାହୀ) : ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ର ଏକ ଜରୁରୀକାଳୀନ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଥଲା ।ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଉକ୍ତ ବୈଠକରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରି ତଥା ବରିଷ୍ଠ କର୍ମକର୍ତ୍ତା ମାନେ ଯୋଗଦାନ କରିଥିଲେ। କର୍ମଚାରୀ ମାନଙ୍କର ବିଭିନ୍ନ ଦାବି ସମ୍ପର୍କରେ ରାଜ୍ୟ ସଂଘ ର ଦୃଷ୍ଟି ଆକର୍ଷଣ କରିବା ସହିତ ଏ ନେଇ ସରକାରଙ୍କୁ ରାଜ୍ୟ ସଂଘ ଏକ ସ୍ମାରକପତ୍ର ପ୍ରଦାନ କରିବା ନିମନ୍ତେ ଅନୁରୋଧ କରିଥିଲେ। ଅଣଗେଜେଟେଡ୍ କର୍ମଚାରୀ ମାନଙ୍କର ବିଭିନ୍ନ ଦାବି ରୁ ସରକାର ଗୋଟିଏ ମଧ୍ୟ ଦାବି ପୁରଣ କରିନଥିବା ଶ୍ରୀ ଦାଶ୍ ପ୍ରକାଶ କରିଥିଲେ। ସରକାର ଙ୍କ କର୍ମଚାରୀ ମାନଙ୍କ ପ୍ରତି ବୈମାତୃକ ମନୋଭାବ ନେଇ ସମସ୍ତ ଉପସ୍ଥିତ କର୍ମଚାରୀ ଓ କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରିଥିଲେ।ଦାବି ଗୁଡ଼ିକ ମଧ୍ୟରୁ ଅମଲା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ପ୍ରବେଶିକା ଦରମା ହାର ରେ ପରିବର୍ତ୍ତନ, କ୍ୟାଡ଼ର ପୁନଃର୍ଗଠନ, କୋଭିଡ୍ ମହାମାରୀ ସମୟରୁ ସ୍ଥଗିତ ରଖାଯାଇଥିବା ମହଙ୍ଗା ଭତ୍ତା ପ୍ରଦାନ, ଘର ଭଡ଼ା ରେ ସମାନତା ଆଣିବା, ପୁରୁଣା ନିୟମ ଅନୁସାରେ ଅନୁକମ୍ପା ସହାୟତା ନିଯୁକ୍ତି, ଠିକା ନିଯୁକ୍ତି ଉଛେଦ ସହିତ ସମସ୍ତ ଠିକା କର୍ମଚାରୀମାନଙ୍କୁ ନିୟମିତ କରିବା, ଏକ୍ସ କ୍ୟାଡ଼ର ପଦବୀ ଉଛେଦ କରିବା ସହିତ ସମସ୍ତ ଙ୍କୁ ନିୟମିତ କରିବା, ବ୍ଲକ ଗ୍ରାଣ୍ଟ ଉଛେଦ କରିବା ଅର୍ଜିତ ଛୁଟି ର ବାର୍ଷିକ ଦରମା ପ୍ରଦାନ। ସମସ୍ତ ଉପସ୍ଥିତ କର୍ମଚାରୀ ଓ କର୍ମକର୍ତ୍ତା ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ଶ୍ରୀ ଦାଶ୍ କହିଥିଲେ ଯେ ଅତି ଶିଘ୍ର ସମସ୍ତ ସଂଗଠନର ରାଜ୍ୟ ନେତୃବୃନ୍ଦ ଓ ଜିଲ୍ଲା ନେତୃବୃନ୍ଦ ଙ୍କୁ ନେଇ କୋରାପୁଟ ଜିଲ୍ଲାରେ ଏକ ଏକ ବିଶାଳ ସମାବେଶ କରିବା ସହିତ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ରାଜ୍ୟ ରେ ଏକ କର୍ମଚାରୀ ମହାମଞ୍ଚ ଗଠନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ଏହାକୁ ରାଜ୍ୟ ର ସମସ୍ତ ସଂଗଠନର ମତାମତ ଲୋଡିଥିଲେ।ଉକ୍ତ ବୈଠକରେ ଶ୍ରୀ କାଳି ପ୍ରସାଦ ମିଶ୍ର, ରାଜ୍ୟ ଉପସଭାପତି ମାଧ୍ୟମିକ ବିଦ୍ୟାଳୟ କର୍ମଚାରି ସଂଘ ଓଡ଼ିଶା, ଶ୍ରୀ ମହେଶ୍ୱର ମିଶ୍ର ସମ୍ପାଦକ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ସଞ୍ଜୟ କୁମାର ରଥ ଉପସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ଶିବରାମ ନାୟକ ବରିଷ୍ଠ ସଦସ୍ୟ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି, ଶ୍ରୀ ଜୟନ୍ତ କୁମାର ସାହୁ ଉପସଭାପତି ଓଡ଼ିଶା ଅମଲା ସଂଘ, ଶ୍ରୀ ବିନୋଦ ଚନ୍ଦ୍ର ବେହେରା ସଦସ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଙ୍କ ସମେତ ବହୁ ସଦସ୍ୟ ଯୋଗଦାନ କରିଥିଲେ ପରିଶେଷରେ ଶ୍ରୀ ଦାଶ୍ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ