ଅଣତିରାରେ ବିଧାୟକଙ୍କ ଦ୍ୱାରା ଚେକଡ୍ୟାମର ଶିଳାନ୍ୟାଶ

ହାଟଡ଼ିହି, : ହାଟଡିହି ବ୍ଲକ ଅଣତିରା ଠାରେ ଚାରିନାଳିଆ ନାଳ ଉପରେ ଏକ ;ଚେକଡ୍ୟାମ ନିର୍ମାଣର ଭିତ୍ତି ପ୍ରସ୍ଥର ସ୍ଥାପନ କରାଯାଇଛି । ଜଳନିକାଶ ବିଭାଜନ ଭଦ୍ରକ ତରଫରୁ ଏକକୋଟି ୬୬ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଚେକ୍ ଡ୍ୟାମକୁ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଶିଳାନ୍ୟାଶ କରି ଏହାଦ୍ୱାରା ହଜାର ହଜାର ଚାଷୀ ଉପକୃତ ହୋଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ବୈଠକରେ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, କନିଷ୍ଠଯନ୍ତ୍ରୀ ଅବନୀ ଜେନା, ଠିକାଦାର ମୋତି ରଞ୍ଜନ ନାୟକ, ରଞ୍ଜନ ମହାପାତ୍ର, ଜୟନ୍ତ ଦେବତା, ରବିନ୍ଦ୍ର ମଲ୍ଲିକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଚେକଡ୍ୟାମ ନିର୍ମାଣ ଦ୍ୱାରା ଅଣତିରା, ବିରିଡି, ପଞ୍ଚୁଗୋଛିଆ, ତରଭା, ଆବୁଲୁପୁରା, ଜଳସରପୁର, ବଳଭଦ୍ରପୁର, ଆମ୍ବୋ ପ୍ରଭୃତି ଗ୍ରାମର ଶହଶହ ହେକ୍ଟର ଚାଷଜମି ଜଳସେଚିତ ହୋଇପାରିବ ବୋଲି କନିଷ୍ଠଯନ୍ତ୍ରୀ ସୁଚନା ଦେଇଥିଲେ । ଏହି ଉତ୍ସବରେ ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ବାବୁଲି ପଟ୍ଟନାୟକ, ଚିନୁ ନାୟକ, ବିଷ୍ଣୁ ପଣ୍ଡା, ଯୋଗେନ୍ଦ୍ର ବେହେରା, ବାମଦେବ ପଣ୍ଡା, ସୁଜିତ ସେଠୀ ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ