ଅଣନିଯୁକ୍ତି ତାଲିମପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର : ନିଖିଳ ଓଡ଼ିଶା ଅଣନିଯୁକ୍ତି ତାଲିମ୍ପ୍ରାପ୍ତ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘର ପ୍ରଥମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଜୟଦେବ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଉଦ୍ଘାଟନ କରି ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସମ୍ବିତ୍ ରାଉତ କହିଲେ ଯେ, ମୁଁ ନିମିତ୍ତ ମାତ୍ର । କିନ୍ତୁ ଗୁଣ୍ଡୁଚି ମୂଷା ଭଳି ରାଜ୍ୟ ସରାକର ଏବଂ ଏ.ଏନ୍.ଏମ୍. ସଂଗଠନ ମଧ୍ୟରେ ସେତୁ ବାନ୍ଧିବାରେ ସହଯୋଗ କରିବି ଓ ଯେତେ କଷ୍ଟ ହେଲେ ମଧ୍ୟ ଏ.ଏନ୍.ଏମ୍ ମାନଙ୍କ ନିଯୁକ୍ତି ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରି ଉଚିତ୍ ପଦକ୍ଷେପ ନେବା ପାଇଁ ଅନୁରୋଧ କରିବି । ଏହି ସଂଗଠନ ସହିତ ମୁଁ ଏବେଠାରୁ ଜଡ଼ିତ ରହିବି ।\nଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ନବକିଶୋର ଦାସ କହିଲେ ଯେ, ମୁଁ ସର୍ବଦା ଏ.ଏନ୍.ଏମ୍. ସଂଗଠନ ସହିତ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେବି । ଆବଶ୍ୟକ ହେଲେ ଅର୍ଥ ବିଭାଗ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ଯେତେ ସମ୍ଭବ ନିଯୁକ୍ତି କାର୍ଯ୍ୟକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରିବା ସହିତ ନୂଆ ନୂଆ କମ୍ୟୁନିଟି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ସରକାର ବି•ର କରୁଛନ୍ତି । ସ୍ୱାସ୍ଥ୍ୟସେବାକୁ ରାଜ୍ୟର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଏ.ଏନ୍.ଏମ୍. କର୍ମୀମାନଙ୍କ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଥିପ୍ରତି ଆମ ସରକାର ସମ୍ବେଦନଶୀଳ ରହିଛି ।\nଏହି ପରିପ୍ରେକ୍ଷୀରେ ସଂଗଠନର ରାଜ୍ୟ ସଭାପତି ଶ୍ରୀ ପାର୍ଥସାରଥୀ ଜେନା ସ୍ୱାଗତ ଅଭିଭାଷଣ ଦେବା ସହିତ ସଂଗଠନର ଆଭିମୁଖ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ମାନ୍ୟବର ଅତିଥିମାନଙ୍କୁ ଅବଗତ କରାଇଥିଲେ ଯେ, ମୁଖ୍ୟତଃ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ବହୁବର୍ଷ ଧରି ଯଥା (୨୦୦୫-୦୬)ରୁ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ନିଯୁକ୍ତି ନ ପାଇ ବୟସ ଗଡ଼ିଗଲାଣି ସେମାନଙ୍କ ପାଇଁ ନିଯୁକ୍ତିରେ ବୟସ ସୀମାକୁ କୋହଳ କରିବା ଏବଂ ବର୍ଷୱାରୀ ନିଯୁକ୍ତିକୁ ସୁନିଶ୍ଚିତ କରିବା, ବିଭିନ୍ନ ହସ୍ପିଟାଲରେ ଖାଲି ପଡ଼ିଥିବା ଏ.ଏନ୍.ଏମ୍. ପଦବୀକୁ ଶୀଘ୍ର ପୂରଣ କରିବା ଏବଂ ଆଇପିଏଚ୍ଏସ୍ ଷ୍ଟାଣ୍ଡାର୍ଡ଼ ଅନୁଯାୟୀ ପାହାଡ଼ିଆ ଅଞ୍ଚଳରେ ପ୍ରତି ଏକ ହଜାର ଏବଂ ଗ୍ରାମାଞ୍ଚଳରେ ପ୍ରତି ଦୁଇହଜାରରେ ଏ.ଏନ୍.ଏମ୍ କର୍ମୀ ନିଯୁକ୍ତି କରିବା ଏବଂ ନ୍ୟାସନାଲ ହେଲ୍ଥ ମିଶନ ଅନୁଯାୟୀ ସମସ୍ତ ସି,ଏଚ.ଏସ୍, ପି.ଏଚ୍.ଏସ୍, ସବ୍ଡିଷ୍ଟ୍ରିକ୍ଟ ସେଣ୍ଟର, ଜିଲ୍ଲା ହସ୍ପିଟାଲରେ ଥିବା ପଦବୀ ଗୁଡ଼ିକୁ ଯଥାଶୀଘ୍ର ପୂରଣ କରାଯାଉ, ନୂଆ ନୂଆ ସିଏଚଏସ୍ ଏବଂ ପିଏଚ୍ଏସ୍ମାନ ଖୋଲାଯାଇ ଏଏନ୍ଏମ୍ ନିଯୁକ୍ତିକୁ ସୁନିଶ୍ଚିତ କରିବା ସହିତ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ, ଶିକ୍ଷା ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ଆବାସିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ତଥା ହଷ୍ଟେଲ ଗୁଡ଼ିକରେ ଏ.ଏନ୍.ଏମ୍ ନିଯୁକ୍ତି କରିବା ସୁଯୋଗ ରହିଛି । କାରଣ ଏଠାରେ ଝିଅମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ, ସ୍ୱତନ୍ତ୍ର ପଲିସ୍ ମାଧ୍ୟମରେ ବେସରକାରୀ ସ୍ୱାସ୍ଥ୍ୟ ସଂସ୍ଥାମାନଙ୍କ ସରକାରୀ ନିୟମ ଏବଂ •କିରୀ ସର୍ତ୍ତାବଳୀ ଅନୁଯାୟୀ ନିଯୁକ୍ତି ଦିଅଯାଇ ପାରିବ, ଏଏନ୍ଏମ୍ ପାସ୍ ଆଉଟ୍ମାନଙ୍କୁ •କିରୀ ନ ମିିଳିବା ପର୍ଯ୍ୟନ୍ତ ଅତ୍ୟନ୍ତପକ୍ଷେ ବେକାରୀ ଭତ୍ତା ପ୍ରଦାନ କରନ୍ତୁ । ନଚେତ୍ ଏମାନଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିବ ।\nଏହି ଅବସରରେ ବିଜୁ କୃଷକ ଜନତା ଦଳର ରାଜ୍ୟ ସମ୍ପାଦକ ଉମାକାନ୍ତ ସାମନ୍ତରାୟ ଏବଂ ଜନସ୍ୱାସ୍ଥ୍ୟ ସେବାର ପ୍ରମୁଖ ସମାଜସେବୀ ଶ୍ରୀ ଗୌରାଙ୍ଗ ଚରଣ ମହାପାତ୍ର ପ୍ରମୁଖ ଯୋଗ ଦେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ରାଜ୍ୟର ପ୍ରତିଷ୍ଠିତ ସମାଜସେବୀ ଇତିଶ୍ରୀ ଦିକ୍ଷୀତ, ବିଭୂତି କୁମାର ରାୟ, ସ୍ୱାତୀ ଜେନା, ଡଃ ସ୍ମୃତିରଞ୍ଜନ ଦାସ, ରଞ୍ଜୁଲତା ମହାପାତ୍ର, ଅରୁଣ ସାହୁ ପ୍ରମୁଖଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାର ସଭାପତି, ରାଜ୍ୟ ସମ୍ପାଦିକା ସଂଯୁକ୍ତା ସାହୁ, କାର୍ଯ୍ୟକାରୀ ସଭାନେତ୍ରୀ ବିଷ୍ଣୁପ୍ରିୟା ଖଣ୍ଡେଇମ, ମମତା ସାହୁ ଏବଂ ପ୍ରାୟ ୪୦୦ରୁ ଉଦ୍ଧ୍ୱର୍ ଏ.ଏନ୍.ଏମ୍ ଭଉଣୀମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମୁ ପରି•ଳାନ କରିଥିଲେ ପ୍ରଦୀପ କୁମାର ମିଶ୍ର, ସଚ୍ଚିକାନ୍ତ ପ୍ରଧାନ ଏବଂ ପ୍ରତାପ ସାହୁ । କୋରାପୁଟ ଜିଲ୍ଲା ସଭାନେତ୍ରୀ ଛବିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ