ଅଣସର ଦର୍ଶନ

ଚାଲ ମନ ଅଲାରନାଥ
ଆଣସରେଛନ୍ତି ଶ୍ରୀଜଗନ୍ନାଥ ।।

ଆସିଥିଲେ ଶ୍ରୀରାମାନୁଜ
ଶ୍ରୀଚୈତନ୍ୟଦେବ ଏ ଧାମ ,
ଦର୍ଶନ କରିଲେ ପ୍ରେମେ ମଜ୍ଜିଗଲେ
ଏକ ବ୍ରହ୍ମ ମଧ୍ୟେ ଚତୁର୍ଦ୍ଧା ଦୃଶ୍ୟ ।

ଭକ୍ତି ପ୍ରେମେ ହୋଇଲେ ବାଇ
ପାଦ ଚିହ୍ନ କଥା କହଇ,
ପାଷାଣ ତରଳି ପାଣି ହୋଇଗଲା
ସେ ପାଦ ଚିହ୍ନକୁ ପୂଜନ୍ତି ଭକ୍ତ ।

ବ୍ରହ୍ମଗିରି ସେ ବ୍ରହ୍ମକ୍ଷେତ୍ର
ଦାରୁବ୍ରହ୍ମ ଲୀଳା ବିଚିତ୍ର ,
ଅଣସରେ ଥାଇ ଜ୍ଵରେ କମ୍ପୁଥାଇ
ତା କ୍ଷୀରି ପ୍ରସାଦ ଜଗତେ ଖ୍ୟାତ ।

ଚାଲଯିବା ଦର୍ଶନ କରି
ଦିଅଁ ଶିଘ୍ର ଆସିବେ ଫେରି,
ନେତ ବନ୍ଧା ହେଲେ ରଥଯାତ ହେବ
ଜନ୍ମବେଦୀ ଯିବେ ଶ୍ରୀଜଗନ୍ନାଥ।

ସଙ୍ଗେ ଥିବେ ଭଉଣୀ ଭାଇ
ଡର ଭୟ କାହାକୁ ନାହିଁ,
ଲକ୍ଷ ଲକ୍ଷ ଭକ୍ତ ଚଉପାଶେ ଥିବେ
ବିଶ୍ଵବ୍ରହ୍ମାଣ୍ଡର ସେ ଏକା ନାଥ ।

ଚାଲ ଏବେ ଡେରି ନ କରି
ଦିଅଁ ଯିବେ ପହୁଡ ପଡି,
ଦର୍ଶନ କରିବା ଦୁଃଖ ଜଣାଇବା
କୋଟି ଓଡ଼ିଆଙ୍କ ସିଏ ବିଶ୍ଵସ୍ଥ ।

ଗଦାଧର ସାହୁ ,କଙ୍କଡାଦ୍ଵୀପ,କୁଶୁବେଣ୍ଟି, ବ୍ରହ୍ମଗିରି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ