ଅଣାୟତ୍ତ କରୋନା ଭାଇରସ୍‌ : ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, ୪୦ ହଜାରରୁ ଅଧିକ ଲୋକେ ଆକ୍ରାନ୍ତ

ବେଜିଂ/ନୂଆଦିଲ୍ଲୀ : ଚୀନରେ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ କାୟା ବିସ୍ତାର କରି ଚାଲିଛି । ଏଯାଏଁ ୯୦୨ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁସାରେ ୨୦୦୨ ଓ ୨୦୦୩ରେ ସାର୍ସ ସଂକ୍ରମଣ ଯୋଗୁଁ ୭୭୪ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ 8096ଲୋକ ସଂକ୍ରମଣର ଶିକାର ହୋଇଥିଲେ । ସେହିଭଳି ସମଗ୍ର ଚୀନରେ କରୋନା ଭାଇରସ୍‌ରେ ୪୦ ହଜାରରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । କରୋନା ଭାଇରସ ଏବେ ୨୪ଟି ଦେଶକୁ ବ୍ୟାପିଛି । ଏପରିକି କରୋନା ଭାଇରସ୍‌ ସଂପର୍କରେ ଯେଉଁ ଡାକ୍ତର ପ୍ରଥମେ ଲୋକମାନଙ୍କୁ ସତର୍କ କରାଇଥିଲେ, ଶେଷରେ ଏହି ମାରାତ୍ମକ କରୋନା ହିଁ ତାଙ୍କର ଜୀବନ ନେଇଛି। କରୋନା ସଂକ୍ରମଣରେ ଆସିବା ଫଳରେ ଡାକ୍ତର ଲି ୱେନ୍‌ଲିଆଙ୍ଗ୍‌ଙ୍କ ମୃତ୍ୟୁ ଘଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ