ଅଣୁ ଉଦ୍ୟୋଗୀ ବିକାଶ କର୍ମଶାଳା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କେନ୍ଦୁଆପଦାସ୍ଥିତ ମିଲବାଡି ଠାରେ ଦି ମିରାକଲ୍ ସଙ୍ଗଠନ ଆନୁକୂଲ୍ୟ ତଥା ନାବାର୍ଡ ଭଦ୍ରକ ସହାୟତାରେ ଅଣୁ ଉଦ୍ୟୋଗୀ ବିକାଶ ସଂପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଦି ମିରାକଲ ସଙ୍ଗଠନର ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବୈରୀଗଞ୍ଜନଙ୍କ ପୌରହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ନାବାର୍ଡର ମୁଖ୍ୟ ପ୍ରମୋଦ କୁମାର ବେହେରା, ସମାଜସେବୀ ସୁଦାମ ଚରଣ ସ୍ୱାଇଁ ଯୋଗ ଦେଇଥିଲେ । ଏଥିରେ କୁକୁଡା ଚାଷ କରି କିପରି ଜଣେ ସଫଳ ଚାଷୀ ହୋଇ ପାରିବେ ସେ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏଥିସହ କୁକୁଡା ରୋଗ ଓ ନିରାକରଣ, ଗୃହ ନିର୍ମାଣ, ଖାଦ୍ୟ ସଂପର୍କରେ ଅବଗତ କରାଯାଇଥିଲା । ଶେଷରେର ମାମାରାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ୧୦ ବ୍ୟାପୀ ଚାଲିବାକୁ ଥିବା ଏହି କର୍ମଶାଳାରେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ଜଣ ମହିଳା ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ